ଆସିକାର ଋଷିକୂଲ୍ୟା ଓ ବଡନଦୀର ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି 

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସିକା ତହସିଲ ଅଧୀନରେ ଦକ୍ଷିଣରେ ଋଷିକୂଲ୍ୟା ଉତ୍ତରରେ ବଡ଼ନଦୀ ପ୍ରବାହିତ ହୋଇଛି l ଏବେ ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ଏହି ଦୁଇ ନଦୀରୁ ରାତିଅଧିଆ ବେଆଇନ ବାଲି ଚାଲାଣ କରୁଛନ୍ତି l ଆସିକା ତହସିଲ ପକ୍ଷରୁ ବଙ୍ଗରଡ଼ା, ଗହଂଗୁ, ଧନିଜା, ଜଗଦଳପୁର, ମଙ୍ଗଳପୁର, ନରସିଂହପଲ୍ଲୀ ଅଞ୍ଚଳରେ ସୀମିତ ପରିମାଣରେ ବାଲି ଚାଲାଣ ପାଇଁ ଅନୁମତି ପ୍ରଦାନ କରାଯାଇଛି l କିନ୍ତୁ ବାଲି ମାଫିଆ ରାତାରାତି ମାଲାମାଲ ହେବା ଆଶାରେ ସୈରତ ନଥିବା ଅଂଚଳରୁ ରାତି ଅଧିଆ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି l ଲିଜ ନଥିବା ବାଲି ଘାଟରୁ ଶହ ଶହ ଟ୍ରକ, ହାଇବା,ଟ୍ରାକ୍ଟର ଦିନ ଦ୍ୱିପ୍ରହରରେ କିଛି ଦଲାଲ ବଳପୂର୍ବକ ବାଲି ଚାଲାଣ କରୁଛନ୍ତି l ନଦୀ ଘାଟ ଏବଂ ରାସ୍ତାରେ ବିନା ଫର୍ମରେ ବାଲି ଚାଲାଣ ହେଉଥିବା ଗାଡିକୁ ଅଟକାଇ ତହସିଲଦାର ଜୋରିମାନା ପକାଇଛନ୍ତି l ଏହାସହିତ ନଦୀର ଦୁଇ ଘାଟରେ ୧୪୪ ଧାରା ଲଗାଇଥିବା ଜଣାପଡିଛି l ବିଭିନ୍ନ ବିଭାଗକୁ ନେଇ ଏକ ଟିମ ଗଠନ କରି ବାଲି ଚୋରା ଚାଲାଣ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ଏଡିଏମ ସୂଚନା ପ୍ରଦାନ କରିଛନ୍ତି l

LEAVE A REPLY

Please enter your comment!
Please enter your name here