ହକି ପରେ ଫୁଟବଲରେ ଚମକିବ ଓଡ଼ିଶା

0

ବିଗତ ଦଶନ୍ଧି ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‍ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା। ପରିଣାମ ସ୍ୱରୂପ ଓଡ଼ିଶା ଆଜି କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି ଆଉ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀର ମାନ୍ୟତା ମିଳିଛି। ଦେଶର ଜାତୀୟ କ୍ରୀଡା ହକିକୁ ନବୀନଙ୍କ ପ୍ରୋତ୍ସାହନ ପରେ ହକି ଆଜି ସଫଳତା ପରେ ସଫଳତା ପାଇ ଚାଲିଛି।ଏଥି ସହିତ ଓଡିଶାରେ ମଧ୍ୟ ହକି ପାଇଁ ଦୁଇଟି ଅର୍ନ୍ତଜାତୀୟ ମାନର ଷ୍ଟାଡିୟମ ରହିଛି।ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଭୁବନେଶ୍ବରରେ ଏହି ଏକାଡେମି ପାଇଁ ଓଡ଼ିଶା ଉତ୍ସାହିତ।ଓଡ଼ିଶା AIFF ସହବନ୍ଧିତ ହୋଇ ସର୍ବୋତ୍କୃଷ୍ଟ ବ୍ୟବସ୍ଥା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଫିଫା ପ୍ରତିଭା ବିକାଶ ଯୋଜନାରେ ଏହା କାମ କରିବ । ଏହାକୁ ଉଦଘାଟନ କରିବେ ଫିଫାର ଗ୍ଲୋବାଲ ଫୁଟବଲ୍ ଡେଭଲପମେଣ୍ଟ ମୁଖ୍ୟ ଆର୍ସେନି ଓ୍ବେଙ୍ଗର।। ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ ପ୍ରତିଷ୍ଠା ଦ୍ବାରା ଭାରତରେ ଫୁଟବଲ ପ୍ରତି ଆଗ୍ରହ ରଖୁଥିବା ଖେଳାଳି ମାନଙ୍କୁ ସୁଯୋଗ ମିଳିବ । ଭାରତରେ ଫୁଟବଲର ବିକାଶ ପାଇଁ ଏହା ଏକ ବଡ଼ ବୁଷ୍ଟ ହେବ । ଏଥିପାଇଁ ଭୁବନେଶ୍ବରକୁ ଭେନ୍ୟୁ ଭାବେ ବାଛି ଥିବାରୁ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନକୁ ଧନ୍ୟବାଦ ଜଣାଇଛନ୍ତି ଭିନିଲ କ୍ରୀଷ୍ଣା

LEAVE A REPLY

Please enter your comment!
Please enter your name here