ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଭୁତ ଖାଉଥିଲେ ଚାଉଳ ।ସରକାର ବଦଳିବା ପରେ ଲକ୍ଷ ଲକ୍ଷ ଭୂତ ରାସନକାର୍ଡ ରହିଥିବା ସାମନାକୁ ଆସିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ତା’ପରେ ଭୂତ ରାସନକାର୍ଡର ଯାଞ୍ଚ ପାଇଁ ଚାଲିଛି ଇ-କେୱାଇସି ଅପଡେଟ୍ । ଇ-କେୱାଇସି ଯାଞ୍ଚ ସମୟରେ ଧରାପଡିଛି ମୃତକଙ୍କ ନାଁରେ କେମିତି ଚାଲିଥିଲା ଚାଉଳ ଲୁଟ୍ । ପ୍ରତି ମାସ ଭୁତ ଖାଉଥିଲେ ୮ ଲକ୍ଷ୍ୟ ୮୦ ହଜାର ୩୪୦ କିଲୋ ଚାଉଳ । E-KYC ଧରିଲା ଭୁତ । ଲୋକଙ୍କୁ ଚାଉଳ ମିଳୁ ନଥିବାରୁ ଆମ୍ବ ଟାକୁଆ ଖାଇ ମରୁଛନ୍ତି । ଅନେକ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ଅନ୍ୟପଟେ ଭୁତ ଖାଉଥିଲେ ଚାଉଳ l ମୃତ ଲୋକଙ୍କ ନାମରେ ଡିଲର ଠୁ ଅଫିସର ଆଉ ନେତା, ଗିଳୁଥିଲେ l ରାଜ୍ୟରେ ରାସନ ଚାଉଳରେ ବଡ଼ ଘୋଟାଲା ହେଉଥିଲା l ରାଜ୍ୟରେ ପାଖାପାଖି ୨୫ ଲକ୍ଷ ଭୂତ ହିତାଧିକାରୀ ରହିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନାଁ ନଥାଇ କିଏ ରାସନ୍ ନେଉଛି ତ କିଏ ମରିବାର ବର୍ଷ ବର୍ଷ ବିତିଥିଲେ ବି ରାସନକାର୍ଡରୁ ନାଁ କଟିନି । ହଜାର ହଜାର ବଡ଼ ବଡିଆ ବି ଉଠାଉଛନ୍ତି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ । ହେଲେ E-KYC ଯାଞ୍ଚ ପରେ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ରାଜ୍ୟର ୩ କୋଟି ୩୬ ଲକ୍ଷ ୩୫ ହଜାର ୯ ଶହ ୧୮ ହିତାଧିକାରୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୨କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ E-KYC ଯାଞ୍ଚ ସରିଲାଣି । ଏବେବି ୬ ଲକ୍ଷ ୧୯ ହଜାର ୮ ଶହ ୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନ କାର୍ଡର E-KYC ଯାଞ୍ଚ ଚଳିତ ମାସରେ ଶେଷ ହେବ । E-KYC ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ, ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ରାସନ କାର୍ଡ ବଣ୍ଟନ କରାଯିବ ।