ପୁଣି ଦିଦିଙ୍କ ‘ଆଳୁ’ ରାଜନୀତି : ବଢ଼ିପାରେ ଆଳୁ ଦର 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଗସ୍ତ ପୂର୍ବରୁ ଓଡିଶାରେ ଆଳୁ କଷଣ । ଓଡିଶା ମାର୍କେଟରେ ଦେଖା ଦେଲାଣି ଆଳୁ ଟେନ୍ସନ । ପୁଣି ୩ ମାସ ପରେ ଦେଖା ଦେଇଛି ଆଳୁ ସମସ୍ୟା । ଗତକାଲି ରାତିରୁ ପଡୋଶୀ ରାଜ୍ୟକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ସରକାର । ପଶ୍ଚିମବଙ୍ଗ-ଓଡିଶା ସୀମାରେ ଅଟକି ରହିଛି ଓଡିଶାର ୨୦୦ ରୁ ଅଧିକ ଆଳୁ ଟ୍ରକ । ଓଡିଶା ମାର୍କେଟରେ ରହିଛି ଆଜିକ ପାଇଁ ଆଳୁ । ଶୀତଳ ଭଣ୍ଡାର ଖାଲି ଥିବା ବେଳେ ୟୁପି ଆଳୁ ଉପରେ ଭରସା । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଦାବି କଲା ବ୍ୟବସାୟୀ ସଂଘ ।

ଆଳୁ ଉପରେ ରୋକ ଲଗାଇଲା ପଶ୍ଚିମବଙ୍ଗ । ଓଡିଶାକୁ ଆଳୁ ରପ୍ତାନୀ ହେଉଥିବା ବେଳେ ନାକା ପଏଣ୍ଟ କରି ଆଳୁ ଟ୍ରକ ଅଟକ ରଖିବା ସହ ସେସବୁ ପୁଣି ପଶ୍ଚିମବଙ୍ଗ ଫେରାଇ ନିଆଯାଇଥିବା ଜଣାପଡ଼ିଛି । ଗତ ଜୁଲାଇ ମାସରେ ସେମିତି ଆଳୁ ଟ୍ରକ ଫେରାଇ ନେବା ଭଳି ଘଟଣା ଘଟିଥିବା ବେଳେ ଏବେ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି କାର୍ଯ୍ୟ ରାଜନୈତିକ ଦିଗ ଆଡକୁ ଇଙ୍ଗିତ କରୁଛି । ଭୋର ତିନିଟା ପାଖରୁ ଆଳୁ ଟ୍ରକ ଗୁଡିକ ପଶ୍ଚିମବଙ୍ଗ ବେଲଦା ନାରାୟଣଗଡ଼ ରାଜରାସ୍ତାରେ ଶହ ଶହ ଆଳୁ ଟ୍ରକ ପୋଲିସ ଅଟକ ରଖିଥିଲା। ଶେଷରେ ରପ୍ତାନି କମ୍ପାନୀ ଆଳୁ ଟ୍ରକ ଫେରାଇ ନେଇଥିବା ଜଣାପଡିଛି। ଅନ୍ୟପଟେ ବଜାରରେ ବର୍ତ୍ତମାନ ଆଳୁ କିଲୋ ପ୍ରତି ୩୦ ରୁ ୩୫ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ବେଳେ ଏମିତି ଆଳୁ ଟ୍ରକ ଫେରାଇନେବା ପରେ ଡର ବୃଦ୍ଧି ନେଇ ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here