ସରପଞ୍ଚ ନେଇଗଲେ ଆବାସ ଟଙ୍କା 

0

ଗଜପତି (  ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ କୁହୁଳୁଛି ଆବାସ ଦୁର୍ନୀତି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ସବୁ ଅନୁଦାନ ଟଙ୍କା ହିତାଧିକାରୀଙ୍କ ଠାରୁ ସରପଞ୍ଚ ନେଇଯାଇଥିବା ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ସୁରେଇଖମାର ଗାଁରେ l ଗାଁର ଆୟୁବ ରଇତଙ୍କ ପତ୍ନୀ ଜୟନ୍ତୀ ରଇତ ଆର.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ଆସିଥିବା ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନେଇଯାଇଛନ୍ତି l ତାଙ୍କ ପରିବାର ଗରିବ ହୋଇଥିବା ଯୋଗୁଁ ଦାଦନ ଖଟିବାକୁ ସ୍ୱାମୀ ଓ ସ୍ତ୍ରୀ ବାହାର ରାଜ୍ୟକୁ ଯାଇଥିଲେ l ସେତେବେଳେ ବସ୍ତ୍ରୀଗୁଡା ପଞ୍ଚାୟତ ସରପଞ୍ଚ ରିତାନୀ ମଣ୍ଡଳ ତାଙ୍କୁ ଫୋନ କରି କହିଲେ ଯେ, ଆମ ଟଙ୍କା ତମ ବ୍ୟାଙ୍କ ଆକାଉଣ୍ଟ କୁ ଚାଲିଯାଇଛି l ତେଣୁ ତମେ ଶିଘ୍ର ଆସିକି ଉଠେଇକି ଦିଅ କହିଲେ l ଆମେ ସ୍ୱାମୀ ସ୍ତ୍ରୀ ଆସି ଗତ ୨୦୨୩ ମସିହା ଅକ୍ଟୋବର ମାସ ୩ ତାରିଖ ଦିନ ବ୍ୟାଙ୍କ ରୁ ୪୦ ହଜାର ଟଙ୍କା ଉଠେଇଥିଲୁ l ସେତେବେଳେ ସରପଞ୍ଚ ବ୍ୟାଙ୍କ ଆଗରେ ଆମଠାରୁ ୪୦ ହଜାର ଟଙ୍କା ନେଇଯାଇଥିଲେ ବୋଲି ଜୟନ୍ତୀ ଅଭିଯୋଗ କରିଛନ୍ତି l ଏହାପରେ ପୁଣି ୬୫ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଆସିଥିଲା l ତାହା ମଧ୍ୟ ଉଠେଇକି ଦେବା ପାଇଁ ସରପଞ୍ଚ ବାଧ୍ୟ କଲେ l ଫଳରେ ଗତ ୨୦୨୪ ମସିହା ସେପ୍ଟେମ୍ବର ମାସ ୨୦ ତାରିଖ ଦିନ ୬୫ ହଜାର ଟଙ୍କା ଉଠେଇଥିଲି, ତାହା ମଧ୍ୟ ସରପଞ୍ଚ ନେଇଯାଇଛନ୍ତି l ଏଭଳି ଭାବରେ ଦୁଇଥରରେ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ସରପଞ୍ଚ ନେଇଥିବା ଜୟନ୍ତୀ ଅଭିଯୋଗ କରିଛନ୍ତି l

ଏହାପରେ ଜୟନ୍ତୀ ଜାଣିବାକୁ ପାଇଲେ ଯେ ଗତ ୨୦୨୧-୨୨ ଆର୍ଥିକ ବର୍ଷର ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ୨୦୨୩ ଜୁନ ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆବାସ ପାଇଁ କାର୍ଯ୍ୟାଦେଶ ମିଳିଥିଲା l ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଓ ଦ୍ୱିତୀୟ କିସ୍ତିରେ ୬୫ ହଜାର ଟଙ୍କା ଆସିଥିଲା l କିନ୍ତୁ ସରପଞ୍ଚ ତାଙ୍କୁ ଏବିଷୟ ନକହି,ଟଙ୍କା ନେଇଯାଇଥିବା କୟନ୍ତୀ ଥାନାରେ ଅଭିଯୋଗ କରିଛନ୍ତି l ତେଣୁ ତୁରନ୍ତ ଆବାସ ଯୋଜନା ପାଇଁ ଆସିଥିବା ଟଙ୍କା ତାଙ୍କୁ ଫେରସ୍ତ କରିବାକୁ ଦାବି କରିଛନ୍ତି l ଗତ ୨୫ ତାରିଖ ଦିନ ଜୟନ୍ତୀ ଆର.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ମାମଲା ରୁଜୁ କରାଯାଇନାହଁ l ଅନ୍ୟ ପକ୍ଷରେ ଏନେଇ ଆର. ଉଦୟଗିରି ବିଡ଼ିଓ ଲୋରିମନ ଖରସେଲ ଙ୍କୁ ପଚାରିବାରେ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନଥିବା କହିଛନ୍ତି l

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଗୃହ ନିର୍ମାଣ ନହୋଇ କିଭକି ଦୁଇଟି କିସ୍ତିରେ ହିତାଧିକାରୀଙ୍କ ଖାତାକୁ ଟଙ୍କା ଗଲା ? ଏବଂ ହିତାଧିକାରୀ ଙ୍କ ଠାରୁ ସରପଞ୍ଚ ଟଙ୍କା ମାଗିବାର କି ଉଦେଶ୍ୟ ରହିଛି ? ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ସମ୍ପୃକ୍ତ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଗୃହ ନିର୍ମାଣ ହୋଇନଥିବା ସତ୍ୱେ କିଭଳି ଟଙ୍କା ମଞ୍ଜୁର କଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି l ତେଣୁ ଏଥିରେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ସ୍ପଷ୍ଟ ଭାବେ ଜଣାପଡୁଛି l ଦେଖାଯାଉ, ଖବର ପ୍ରସାରଣ ପରେ ସରକାର ଏବଂ ପ୍ରଶାସନ ଏଦିଗରେ କି ପଦକ୍ଷେପ ନେଉଛନ୍ତି l

LEAVE A REPLY

Please enter your comment!
Please enter your name here