ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାରମ୍ବାର ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ଠାରେ ଦୁର୍ଘଟଣା ଘଟି ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ୁଥିବାରୁ ଲାଞ୍ଜିପଲ୍ଲୀ ବାସିନ୍ଦା ଙ୍କ ଅଭିଯୋଗ କ୍ରମେ ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କୁ ଡାକି ସମୀକ୍ଷା କରି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରକଳ୍ପ ନିର୍ଦେଶକ ଙ୍କୁ ନିର୍ଦ୍ଧେଶ ଦେଇଥିଲେ ଏବଂ ସମୀକ୍ଷା କରିବାର ୧୦ ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ବହୁ ଦିନର ଅପେକ୍ଷାରେ ଅନ୍ତ ଘଟିଛି ।
ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ସଂସଦୀୟ କ୍ଷେତ୍ରର ଦାଇତ୍ୱ ନେବା ସଂଗେ ସଂଗେ ଜାତିୟ ରାଜପଥ ନମ୍ବର-୧୬ ( ପୁଇଁତୋଳା ଠାରୁ ଗିରିସୋଲା ) ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ବିଗତ ଦିନରେ ବହୁ ଦୁର୍ଘଟଣା ଘଟିଥିବା ଅନୁଭବ କରି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ (ଭାରତ ସରକାର), ରୋଡ ଟ୍ରାନ୍ସପୋର୍ଟ ହାଇୱେ ମନ୍ତ୍ରଣାଳୟ (ଭାରତ ସରକାର) ଓ ସ୍ଥାନୀୟ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦର୍ଶି ପ୍ରକାଶଙ୍କ ସହ ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ। ଯାହାର ଫଳ ସ୍ୱରୂପ ତା. ୨୭/୧୧/୨୦୨୪ରେ ଅର୍ଥାତ ବୁଧବାର ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବା ସହ ସେହି ଦୁର୍ଘଟଣା ସ୍ଥଳମାନଙ୍କରେ ଓଭରବ୍ରିଜ ନିର୍ମାଣ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ବିଭାଗ ଟେଣ୍ଡର ବାହାର କରିଛନ୍ତି I ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ହେବା ସହ ବ୍ରହ୍ମପୁର ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଆମ ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରି , ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I