ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଭଂଜନଗର ଠାରେ ଆୟୋଜିତ ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ ହେବା ପରେ, ଯଜ୍ଞ-ମଣ୍ଡପ ରେ ସ୍ଥାପନ ହୋଇଥିବା ୧୦୦୮ ପୂର୍ଣ୍ଣ-କଳସ ବିସର୍ଜନ ହୋଇଛି । ଏହା ସହ ପୂଜାପାଇଥିବା ଦେବାଦେବୀଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ମଧ୍ୟ ବିସର୍ଜନ କରାଯାଇଛି । ୧୦୦୮ ଜଣ ମହିଳା, କଳସ ଧରି ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ, ନିକଟସ୍ଥ ବରଙ୍ଗନାଳ ରେ ବିସର୍ଜନ କରାଯାଇଥିଲା । ୭ ଦିନ ଧରି ଆୟୋଜିତ ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗତ ୨୭ ତାରିଖରେ ଉଦଯାପିତ ହୋଇଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଯଜ୍ଞ ଆୟୋଜନ କମିଟି, ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଓ ଶୃଙ୍ଖଳା ଦାୟିତ୍ବ ପରିଚାଳନା କରାଯାଇଥିଲା ।