ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳୋନକୁ ଓଲ୍ଲାଇଛନ୍ତି ଆଉଟସୋର୍ସିଙ୍ଗ ନର୍ସ l ଶନିବାର ଦିନ ଜିଲ୍ଲାର ସମସ୍ତ ଆଉଟସୋର୍ସିଙ୍ଗ ନର୍ସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି l ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଉଟସୋର୍ସିଙ୍ଗ ନର୍ସ ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥଲା l ନିଯୁକ୍ତି ପାଇଥିବା ନର୍ସ ଙ୍କ କାର୍ଯ୍ୟର ଅବଧି ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖ ରହିଥିଲା l ତେବେ ସମସ୍ତ ଆଉଟସୋର୍ସିଙ୍ଗ ନର୍ସ ଙ୍କୁ ଅବଧିର ୩ ମାସ ପୂର୍ବରୁ କାର୍ଯ୍ୟରୁ ଛଟେଇ କରିଦିଆଯାଇଥିବା ଅଭିଯୋଗ ହୋଇଛି l ଦୀର୍ଘ ଦିନ ଧରି କାର୍ଯ୍ୟ କରିବା ପରେ ବର୍ତ୍ତମାନ ସେମାନେ କୋଉଠି କାମ କରିବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁଣି ସେମାନଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ଧାରଣାରେ ବସିଥିବା ଆଉଟସୋର୍ସିଙ୍ଗ ନର୍ସ l