ପୁଣି ଆଳୁ ଝମେଲା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୁଣି ଆଳୁ ଝମେଲା । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନି । ତେଣୁ ବଜାରରେ ଦର ଚଢ଼ା । ଦୁଇ ଦିନରେ ହଠାତ୍ ଅତି ଦରକାରୀ ପରିବା ଆଳୁ କିଲୋ ପିଛା ୧୦ ଟଙ୍କା ଉଚ୍ଚା ହେଲାଣି, ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି । ବାଲେଶ୍ବର ବଜାରରେ ଦିନକୁ ୨୫୦ ଟନ୍ ଆଳୁ ଦରକାର। ହେଲେ ଦୁଇ ଦିନ ହେଲା ପଶ୍ଚିମବଙ୍ଗରୁ ଗୋଟେ ବି ଆଳୁ ଟ୍ରକ୍ ଆସିନି। ଫଳରେ ଗୋଦାମରେ ଆଉ ଆଳୁ ବସ୍ତା ଦିଶୁନି। ସେପଟେ ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି, ତା ବି ସରି ଆସିଲାଣି। ରାଜ୍ୟର ବଡ଼ ପରିବାମଣ୍ଡି କଟକର ଛତ୍ରବଜାର ହେଉ କି ଭୁବନେଶ୍ବରର ୧ ନମ୍ବର ମାର୍କେଟ୍, ସବୁଠି ଉପୁଜିଲାଣି ଆଳୁ ସଙ୍କଟ। ଯାହାକୁ ନେଇ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ, ବ୍ୟବସାୟୀ କହିଲେଣି ଆଳୁ ଯୋଗାଣ ସ୍ବାଭାବିକ ନହେବା ଯାଏଁ କିଛି କହି ହେବନି।

ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି,ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ଆଜି ୩୦ ଟଙ୍କାରେ ଆଳୁ କିଣିଥିବା କହିଛନ୍ତି। ଅନ୍ୟପକ୍ଷରେ ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି। ପଞ୍ଜାବ ସରକାରଙ୍କ ସହ ବି ରାଜ୍ୟ ସରକାର ଯୋଗାଯୋଗରେ ଅଛନ୍ତି। ଚଢା ଦରରେ କେଉଁଠି ଆଳୁ ବିକ୍ରି ହେଲେ ଚଢ଼ାଉ କରାଯିବ। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଆଳୁ ଉତ୍ପାଦନରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here