ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ପାଠଶାଳା : ହସ ହସରେ କହିଲେ ମଞ୍ଜ କଥା

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ । ହସରେ ହସରେ ଅନେକ ଗୁରୁମନ୍ତ୍ର ବି ଦେଲେ । ଆଚରଣ ଉଚ୍ଚାରଣ ସଜାଡି ଲୋକଙ୍କ ସହ ସଂପର୍କରେ ରହି ସେମାନଙ୍କର ଅଭିଯୋଗ ଶୁଣିବାକୁ ପରାମର୍ଶ ଦେଇଥିଲେ ପିଏମ୍ ମୋଦି ।ସାଧାରଣ କାର୍ଯ୍ୟକର୍ତ୍ତାରୁ ଦେଶର ପ୍ରଧାନମନ୍ତ୍ରୀ ଯାଏଁ ଯାତ୍ରା କହିଛନ୍ତି ମୋଦୀ । ରାଜନୈତିକ ଜୀବନୀର କାହାଣୀ କହି ସମସ୍ତଙ୍କୁ ଦେଲେ ଗୁରୁମନ୍ତ୍ର । ମିଶନ-୩୬ ଆଉ ଭିଜନ-୩୬ ପାଇଁ ବତାଇଲେ ବାଟ । ଝିଅ ଓ ବୋହୂ କଥା କହି ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ଦେଲେ ପରାମର୍ଶ । କାର୍ଯ୍ୟକର୍ତ୍ତା ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରୁହ । ଅଭିଯୋଗ ଶୁଣ । ଏମିତିକି ତୁମକୁ ଭୋଟ୍ ଦେଇନଥିବା ଲୋକଙ୍କ କଥା ବି ବୁଝ । ଟ୍ରାନ୍ସଫର ବଦଳିକୁ ଗୁରୁତ୍ୱ ନ ଦେଇ ଲୋକଙ୍କ କାମରେ ମନ ଦିଅ । ଫୋନରେ କାହାକୁ ଗାଳି ଦିଅନି, ସଂଯମତା ରଖ । ଗାଳି ଦେଲେ, ଚିଡ଼ିଲେ ସୁଶାସନ ହୁଏନି ।ଜନ ପ୍ରତିନିଧିମାନଙ୍କୁ ସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଶେଷ କରି ଯୁବକମାନଙ୍କ ସହ ଅଧିକ ଯୋଡି ହେବାକୁ କହିଥିଲେ। ଏଥିପାଇଁ ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here