ଏଚଆଇଭି ଏଡ଼ସ ସଚେତନତାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ହାସଲ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଚଆଇଭି ଏଡ଼ସ ସଚେତନତା ରେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି। ଡିସେମ୍ବର ୧ ବିଶ୍ଵ ଏଡ଼ସ ଦିବସ ଅବସରରେ ଭୁବନେଶ୍ୱର ରେ ଓସାକ୍ସ ପକ୍ଷରୁ ଆୟୋଜତ ଏକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାକୁ ସମ୍ମାନିତ କରାଯାଇଛି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଜୟ କୁମାର ପଣ୍ଡାଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହଲିଂଗ । ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖ ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏଡସ୍ ସଚେତନତା ପାଇଁ ସ୍ବତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉତ୍ତମ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ, ବୈଠକ, ସେହିଭଳି ବିଭିନ୍ନ ବିଦ୍ୟାଳୟରେ ମଧ୍ୟରେ ମଧ୍ୟ ଏଡ୍ସ୍ ନିରାକରଣ ସମ୍ପର୍କିତ ସଚେତନତା କରିଥିଲା । ରାଜ୍ୟ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ୫୫୦ ପ୍ରତିଶତ ଅଧିକ ଲକ୍ଷ୍ୟ ହାସଲ କରିଥିଲା । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ଏଡ଼ସ ସଚେତନତା ପାଇଁ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି ।

LEAVE A REPLY

Please enter your comment!
Please enter your name here