ଦୂର ହେବ ଆଳୁ ସଂକଟ  : ଉତ୍ତରପ୍ରଦେଶରୁ ଆସୁଛି ୩ଶହ ଟ୍ରକ ଆଳୁ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଖୁବଶୀଘ୍ର ଦୂର ହେବ ଆଳୁ ସଙ୍କଟ । ଉତ୍ତରପ୍ରଦେଶରେ ଆସୁଛି ୩୦୦ ଟ୍ରକ୍ ଆଳୁ । ସୋମବାର ସକାଳ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ଟ୍ରକ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୌଣସି ବ୍ୟବସାୟୀ ଏହି ସ୍ଥିତିର ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ରାଜ୍ୟର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ପଶ୍ଚିମବଙ୍ଗ ଅନ୍ୟ ରାଜ୍ୟକୁ ଦେଇ ପାରିବେ । ଏ ନେଇ ରିପୋର୍ଟ ଆସିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଯେଉଁ ବେପାରୀମାନେ ଆଳୁ ବାହାରକୁ ବିକ୍ରି କରିବା ପାଇଁ ଗଚ୍ଛିତ ରଖିଛନ୍ତି, ଯଦି ସେମାନେ ରପ୍ତାନି କରିପାରିବେନି ତେବେ ଆଳୁ ପଚିଯିବ ଓ କ୍ଷତି ସହିବେ । ତେଣୁ ବ୍ୟବସାୟୀ ମାନେ ଆନ୍ଦୋଳନକୁ ଓହ୍ଲାଇବା ସ୍ବାଭାବିକ । ସେପଟେ ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

LEAVE A REPLY

Please enter your comment!
Please enter your name here