କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରେଳ ଷ୍ଟେସନ ନିର୍ମାଣ ଦାବିରେ ସୋମବାର ଦିନ କରଞ୍ଜିଆରେ ଦେଖାଦେଇଛି ଜନ ଅସନ୍ତୋଷ। ସ୍ଥାନୀୟ ଗୋଲେଇ ଛକ ନିକଟରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଅନେକ ସଙ୍ଗଠନ କର୍ମକର୍ତ୍ତା ଙ୍କ ବିରାଟ ରାଲି ସହର ପରିକ୍ରମା କରୁଥିଲା । ଏହାପରେ କରଞ୍ଜିଆ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସହକାରୀ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ । ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ କରଞ୍ଜିଆବାସୀ ରେଳ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି।