ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବର୍ତ୍ତମାନ ସମାଜରେ ସାଇବର ଠକ ବିଭିନ୍ନ ଉପାୟରେ ଜନସାଧାରଣଙ୍କ କଷ୍ଟ ଅର୍ଜିତ ଅର୍ଥକୁ କିଛି କ୍ଷଣ ମଧ୍ୟରେ ଲୁଟି ନେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ମୋବାଇଲ ର ୱାଟସଆପ ରେ ଏସବିଆଇ ଲୋଗୋ ଥାଇ ଏକ ଆପ ରେ ବିଭିନ୍ନ ଲିଙ୍କ ଆସି ଲୋକଙ୍କୁ ଭ୍ରମିତ କରୁଛି । ଯାହାକୁ ନେଇ ସାଇବର ଠକଙ୍କ ଠାରୁ ନିଜକୁ କିଭଳି ଦୂରରେ ରଖିବେ ସେ ନେଇ ଏକ ସଚେତନତା ଭିଡିଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାରି କରାଯାଇଛି ।