ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ଠାରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତରେ ସେ ରାଜଧାନୀ ଭୁବନେଶ୍ୱର, ପୁରୀ ଓ ମୟୂରଭଞ୍ଜରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୪ ତାରିଖରେ ପୁରୀରେ ଆୟୋଜିତ ନୌସେନା ଦିବସ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଭୁବନେଶ୍ୱରରେ କୋର୍ଟ କମ୍ପ୍ଲେକ୍ସର ଉଦଘାଟନରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଷ୍ଟ୍ରପତିଙ୍କ ତିନିଦିନିଆ ଗସ୍ତର କାର୍ଯ୍ୟସୂଚୀ ମଧ୍ୟ ଚୂଡାନ୍ତ ହୋଇଛି । ସେହି ଆଧାରରେ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଦିଲ୍ଲୀ ଅପରାହ୍ନ ଏୟାରପୋର୍ଟରୁ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଅପରାହ୍ନ ୫ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ପରେ ବିମାନ ବନ୍ଦରରୁ ସିଧାସଳଖ କାରକେଡ ଯୋଗେ ୫.୩୦ମିନଟରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ଏକ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ୬.୨୫ରେ ରାଜଭବନରେ ପହଞ୍ଚି ରାତ୍ରିଯାପନ କରିବେ ।
ପରଦିନ ଅର୍ତାତ ୪ ତାରିଖ ସକାଳ ୯ଟାରେ ରାଜଭବନରୁ ବାହାରି ୯.୨୦ ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ ସ୍ବତନ୍ତଚ୍ର ବିମାନ ଯୋଗେ ୯.୫୫ରେ ପୁରୀ ତାଳବଣିଆ ହେଲିପ୍ୟାଡ ପଡିଆରେରେ ପହଞ୍ଚିବେ । ୧୦.୦୫ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଶ୍ରୀମନ୍ଦିରରୁ ବାହାରି ୧୦.୫୦ରେ ଗୋପବନ୍ଧୁ ଆର୍ୟୁବୈଦିକ ମହାବିଦ୍ୟାଳୟରେ ପହଞ୍ଚି ୭୫ ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ ।ପରେ ୩.୫୫ରେ ନୌସେନା ଦିବସରେ ଯୋଗ ଦେବା ପାଇଁ ବାହାରିବେ । ଏନେଇ ପୁରୀ ରାଜଭବନ ପରିସରରେ ଗାର୍ଡ ଅଫ ଅନର ସହ ସେଠାରୁ ସେ ୨୦୦ ମିଟର ପର୍ଯ୍ୟନ୍ତ ଚାଲିଚାଲି ବ୍ଲୁ ଫ୍ଲାଗ ବିଚରେ ହେଉଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ୪୦.୦୫ରେ ନୌସେନା ଦିବସ କାର୍ଯ୍ୟକ୍ରମରେ ନୌସେନାର ଚିତ୍ତାକର୍ଷକ କୋଶଳ ପ୍ରଦର୍ଶନ ଓ ବିଭିନ୍ନ ପ୍ରତିରକ୍ଷାରେ ବ୍ୟବହୃତ ଯୁଦ୍ଧ ସାମଗ୍ରୀର ପ୍ରଦର୍ଶନ ଦେଖିବେ ।ପରେ ୬ ତାରିଖରେ ସକାଳ ୦୯.୦୫ରେ ରାଜଭବନରୁ ବାହାରି ଏଜି ଛକ ସ୍ଥିତ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ୦୯.୧୫ ପର୍ଯ୍ୟନ୍ତ ସେଠାରେ ମହାପର୍ବ ନିର୍ବାଣ ଦିବସରେ ଯୋଗଦେବା । ପରେ ୦୯.୨୫ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚି ସେଠାରୁ କଲିକତା ବିମାନ ବନ୍ଦର ଅଭିମୁଖେ ଗସ୍ତ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ କାରକେଡ ବ୍ୟବସ୍ଥା କରାଯାଇଛି । ଏହାସହ ସୁରକ୍ଷାକୁ ନେଇ ବ୍ୟାରିକେଡ ସହ ଟ୍ରାଫିକ ପରିଚାଳନା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କରଯାଇଛି । କମିସନରେଟ ପୋଲିସର ପାଖାପାଖି ୬୯ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଏୟାରପୋର୍ଟ, ରାଜଭବନ, କଳ୍ପନା ଛକ, ଏଜି ଛକ ସହ ଚନ୍ଦ୍ରଶେଖରପୁରରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି କଣ୍ଟ୍ରୋଲ ରୁମ୍ ଜରିଆରେ ସମ୍ପୂର୍ଣ୍ଣ କାର୍ଯକ୍ରମ ଉପରେ ନଜର ରଖିବ ପୋଲିସ ।