ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଜଣେ ଛାତ୍ରୀ ଙ୍କୁ ରେଗିଙ୍ଗ ଅଭିଯୋଗ l ସିନିୟର ଡାକ୍ତରୀ ଛାତ୍ରୀ ମାନେ ଜୁନିୟର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ହୋଇଥିଲା l ଏହି ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଣ୍ଟି ରେଗିଙ୍ଗ ସେଲ କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l
ସୂଚନାଯୋଗ୍ୟ ଏମକେସିଜି କଲେଜରେ ଏମବିବିଏସ ପଢୁଥିବା ସିନିଅର ଛାତ୍ରୀ ଜୁନିଅର ଛାତ୍ରୀଙ୍କୁ ରେଗିଙ୍ଗ କରିଥିବା ଅଭିଯୋଗ ପରେ ୪ଜଣ ସିନିଅର ଛାତ୍ରୀଙ୍କୁ ଆଣ୍ଟି ରେଗିଙ୍ଗ ସେଲ ନୋଟିସ କରିଥିଲା l ଏନେଇ ସୋମବାର ଦିନ ଏମକେସିଜି ମେଡିକାଲ କଲେଜ ରେ ଆଣ୍ଟି ରେଗିଙ୍ଗ ସେଲ ର ସ୍ୱତନ୍ତ୍ର ବୈଠକ ବସିଥିଲା l ବୈଠକ ରେ ସମସ୍ତ ଅଭିଯୋଗ ଶୁଣିବା ପରେ ରେଗିଙ୍ଗ ର କୌଣସି ସତ୍ୟତା ନଥିବା କହିଥିଲେ ମେଡିକାଲ ଅଧକ୍ଷ୍ୟା l