ପୁରୀରେ ପରାକ୍ରମ ଦେଖାଇବେ ନୌବୀର

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ନୌସେନା ଦିବସ । ଶ୍ରୀକ୍ଷେତ୍ରରେ ପରାକ୍ରମ ଦେଖାଇବେ ନୌବୀର । ବିଶ୍ବ ଦେଖିବ ଭାରତର ଦମ । କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶାରେ ଆସି ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଜଭବନରେ ରାତ୍ରୀ ଯାପନ ପରେ ଆଜି ସକାଳୁ ପୁରୀ ଯିବେ ମହାମହିମ । ବ୍ଲୁଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ସାମିଲ ହୋଇ ଦେଖିବେ ନୌବୀରଙ୍କ ପରାକ୍ରମ ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାରକେଡ ରିହର୍ସାଲ କରାଯାଇଛି । ପ୍ରବଳ ଭିଡ ହେବାକୁ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍‌ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି।ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନୌସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି। ଭାରତର ତିନି ସେନା, ସ୍ଥଳସେନା, ବାୟୁସେନା ଏବଂ ନୌସେନା ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ। ଭାରତୀୟ ସେନାର ନାଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here