ବଢିପାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ । ବିଧାୟକ ପାଣ୍ଠି ୩ରୁ ୫ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ସବୁ ଦଳର ସଦସ୍ୟ । ବିଜେଡି ଓ କଂଗ୍ରେସ ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିବା ବେଳେ ବିଜେପି ବିଧାୟକ ମାନେ ମଧ୍ୟ ଦାବିକୁ ସମର୍ଥନ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ସୁରମା ପାଢୀ । ବିଧାୟକଙ୍କ ଦରମା ୨ ଲକ୍ଷ ୫୦ ହଜାର ଓ ପୂର୍ବତନ ବିଧାୟକଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ ଏକ କମିଟି ସୁପାରିଶ କରିସାରିଛନ୍ତି । ଦରମା ବୃଦ୍ଧି ନେଇ ମଙ୍ଗଳବାର କମିଟି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିରେ ବିଧାୟକ ଭାସ୍କର ମଢେଇ ଅଧ୍ୟକ୍ଷ ରହିବେ । କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରତାପ ଦେବ, ବିଧାୟକ ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠି ସଦସ୍ୟ ରହିବେ l ଏବେ ନୂଆ ସରକାର ଆସିବା ନୂଆ କମିଟି ଗଠନ ହୋଇଛି । ଦରଦାମ ବୃଦ୍ଧି ପାଇଁ ଦରମା ଓ ପେନସନ ବଢାଇବା ଦାବି ଉଠିଛି ।

LEAVE A REPLY

Please enter your comment!
Please enter your name here