ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା, ରୋଗୀଙ୍କୁ ଭୁଲ ରକ୍ତ ପ୍ରଦାନ କରିବା ଭଳି ଆସିଛି ସାଂଘାତିକ ଅଭିଯୋଗ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପୁଣି ପଦାକୁ ଆସିଲା ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା। ସ୍ବାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ରୋଗୀଙ୍କୁ ଭୁଲ ରକ୍ତ ପ୍ରଦାନ କରିବା ଭଳି ଆସିଛି ସାଂଘାତିକ ଅଭିଯୋଗ। ଓ ପଜିଟିଭ୍ ବଦଳରେ ଦିଆଯାଇଛି ବି ପଜିଟିଭ୍ । ରୋଗିର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ପ୍ରଘଟ ହୋଇଛି ଘଟଣା ।  ଏଭଳି ଘଟଣା ଘଟିଛି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ । ଅଭିଯୋଗକୁ ସ୍ବୀକାର କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ମେଡିକାଲ ସୁପରାଣ୍ଟେଟ୍ ଙ୍କ କହିବା ହେଲା ଷ୍ଟାଫ୍ ନର୍ସଙ୍କ ଭୁଲ ଯୋଗୁ ଏଭଳି ହୋଇଥାଇପାରେ। ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here