ସରକାରୀ ଚାକିରୀ କରେଇ ଦେବା କୁ କହି ୨୭ଲକ୍ଷ ୫୦ହଜାର ଠକେଇ, ୯ଜଣ ଗିରଫ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସରକାରୀ ଚାକିରୀ କରିଦେବାକୁ କହି ଠକି ନେଲେ ୨୭ଲକ୍ଷ ୫୦ ହଜାର ଟଙ୍କା । ଠକେଇର ଶିକାର ହେବ ପରେ ବୈଦ୍ୟନାଥପୁର ଥାନାରେ ମାମଲା । ଘଟଣାର ତଦନ୍ତ କରି ପୋଲିସ ୯ଜଣ ଠକ କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଓଡ଼ିଶା ସରକାରଙ୍କ ନକଲି ସିଲ, ଫେକ୍ ନିଯୁକ୍ତି ପତ୍ର,ଏକ କାର,ବ୍ୟାଙ୍କ୍ ପାସବୁକ୍ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନକଲି କାଗଜ ପତ୍ର ଜବତ କରିଛି । ସୂଚନାଯୋଗ୍ୟ ଆସିକା କାଳଷଣ୍ଢପୁର ଗ୍ରାମର ହୃଦୟନନ୍ଦ ମୁନି ଏବଂ ତାଙ୍କ କିଛି ସହଯୋଗୀ ସରକାରୀ ଚାକିରୀ କରିଦେବାକୁ କହି ସନ୍ତୋଷ କୁମାର ସାହୁ ଙ୍କ ଠାରୁ ବିଭିନ୍ନ ସମୟରେ ଟଙ୍କା ନେଇ ଫେକ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏପରିକି ୯ଜଣିଆ ଠକ ଗ୍ୟାଙ୍ଗ ସନ୍ତୋଷ କୁ ଭୁବନେଶ୍ୱର କୁ ନେଇ ସଚିବାଳୟ ବାହାରେ ସରକାରୀ ଠକ ବାବୁ ଙ୍କ ସହିତ ମିଶାଇଥିଲେ । ବିଭିନ୍ନ ଉପାୟ କରିବ ସନ୍ତୋଷଙ୍କ ବିଶ୍ୱାସ ଜନ୍ମାଇ ନକଲି ନିଯୁକ୍ତି ପତ୍ର ଦେଇ ଠକି ନେଇଥିଲେ ଟଙ୍କା । ଯେତେବେଳେ ନିଯୁକ୍ତି ପତ୍ର ରେ ଥିବା ଜଏନ ତାରିଖ ଆସିଲା ସମସ୍ତ ୯ଜଣ ଠକ ମୋବାଇଲ ସୁଇଚ ଅଫ କରିଦେଇଥିଲେ । ସନ୍ତୋଷ ସେତେବେଳେ ଠକେଇ ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ବୈଦ୍ୟନାଥପୂର ଥାନାରେ ଅଭିଯୋଗ କରିବା ପରେ ପୋଲିସ ୯ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ୍ ।

LEAVE A REPLY

Please enter your comment!
Please enter your name here