ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୁର୍ଘଟଣା ର ବ୍ଲାକ ସ୍ପଟ ପାଲଟିଛି ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟି l ଗତ ଏକ ମାସ ମଧ୍ୟରେ ଏକାଧିକ ଯାତ୍ରୀବାହି ବସ ସମେତ, ଟ୍ରକ, ଚାରିଚକିଆ ଗାଡି ଓ ବାଇକ ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଛନ୍ତି l ବିଶେଷ କରି ପ୍ରତିବର୍ଷ ନଭେମ୍ବର, ଡିସେମ୍ବର ଓ ଜାନୁଆରୀ ମାସରେ ଏହି ଘାଟିରେ ଅଧିକ ଦୁର୍ଘଟଣା ହେଉଥିବା ନଜିର ରହିଛି l ଗତ ଅକ୍ଟୋବର 21 ମଧ୍ୟ ରାତ୍ରରେ ଏହି ଘାଟିରେ ଦୁଇଟି ଯାତ୍ରୀବାହି ବସ ଓ ଏକ ମିନି ଟ୍ରକ ମଧ୍ୟରେ ଧକ୍କା ହୋଇ ସିରିଜ ଦୁର୍ଘଟଣା ଘଟିଥିଲା l ଭୁବନେଶ୍ୱର ରୁ କୋରାପୁଟ ଯାଉଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଟି କେନ୍ଦୁଘାଟି ରେ ଦୁର୍ଘଟଣା ଗ୍ରସ୍ତ ହୋଇ ଘାଟିରେ ଫସିଥିବା ବେଳେ ପଛପଟୁ ମା’କଳେଶ୍ୱର ଯାତ୍ରୀବାହି ବସ ଧକ୍କା ଦେବା ସହ ଆଗରେ ଥିବା ଏକ ମିନି ଟ୍ରକ କୁ ମଧ୍ୟ ଧକ୍କା ଦେଇ କିଛି ଦୂରରେ ରାସ୍ତା କଡ଼କୁ ଓଲଟି ପଡିଥିଲା l ଫଳରେ 3 ଟି ଗାଡ଼ିରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ l ସେହିପରି ଗତ ନଭେମ୍ବର 17 ରେ ଏକ ଟ୍ରlଭଲର ଗାଡି ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 11 ଜଣ ଯାତ୍ରୀ ଆହତ ହୋଇଥିଲେ l ପ୍ରତିବର୍ଷ ଏହି ଘାଟିରେ ଏକାଧିକ ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଥିବା ନଜିର ରହିଛି l ଘlଟିର ନିର୍ମାଣ ରେ ତ୍ରୁଟି ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ଶୀତ ଦିନରେ ଘନ କୁହୁଡି ମଧ୍ୟ ଦୁର୍ଘଟଣା ର ଅନ୍ୟ ଏକ କାରଣ ବୋଲି ସ୍ଥାନୀୟ ଲୋକେ ଓ ଯାତ୍ରୀମାନେ କହିଛନ୍ତି l ବାରମ୍ବାର ଦୁର୍ଘଟଣା ହେଉଥିବା ସତ୍ୱେ ଏହି ଘlଟିପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି l ତୁରନ୍ତ ଏହି ଘାଟିକୁ ଓସାରିଆ କରିବାକୁ ବସ, ଟ୍ରକ ଡ୍ରାଇଭର ସମେତ ବାଇକ ଆରୋହୀ ଦାବି କରିଛନ୍ତି l