ରାୟଗଡ(ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିନ ଯେତିକି ଗଡି ଚାଲିଛି,ସୁଭଦ୍ରା ଯୋଜନା ରୁ ବଞ୍ଚିତ ହେଉଛନ୍ତି ଅଧିକାଂଶ ମହିଳା । ପରିସ୍ଥିତି ଏପରି ହୋଇଛି ଯେ ସୁଭଦ୍ରା ସବୁ ଏବେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଘଟଣା ଟି ଘଟିଛି ରାୟଗଡ଼ ବ୍ଲକ ହାତିବାଡ଼ି ଗ୍ରାମରେ । ଗ୍ରାମର ମହିଳା ମାନେ ବାରମ୍ବାର ଅନଲାଇନରେ ନିଜର ଫର୍ମ ଦାଖଲ କରିବା ପରେ ମଧ୍ୟ ଆକାଉଣ୍ଟ କୁ ଆସୁନାହିଁ ଟଙ୍କା। ଟୋଲ ଫ୍ରି ହେଲ୍ପଲାଇନ ନମ୍ବର କୁ ଯୋଗାଯୋଗ କଲେ ଆବେଦନକାରୀଙ୍କ ନାମରେ ୩ ରୁ ୪ ଏକର ଜମି ଥିବା ଦର୍ଶାଉଛନ୍ତି। ଯାହାକୁ ନେଇ ପାରଳାଖେମୁଣ୍ଡି ମୋହନା ଜାତୀୟ ରାଜପଥ କୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଖବର ପାଇ ରାୟଗଡ଼ ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା ।