ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଳୁ ରାଜନୀତି ବେଶ କିଛିଦିନ ହେଲା ଜୋର ଚାଲିଛି । ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଛାଡ଼ୁଛି ତ କେତେବେଳେ ବନ୍ଦ କରୁଛି । ସେଠିକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ ହେଲେ ଆଳୁ ଛାଡ଼ୁଛନ୍ତି ମନ ନହେଲେ ବନ୍ଦ କରିଦେଉଛନ୍ତି । ସୀମାରୁ ଆଳୁ ଗାଡ଼ି ଫେରାଇ ନେଉଛନ୍ତି । ନବୀନ ଭାଇ ଥିବାରୁ ପୂର୍ବରୁ ଆଳୁ ପାଇଁ ସମସ୍ୟା କରୁନଥିଲେ l ଏଥର ବିଜେପି ଆସିବା ପରେ ମମତା ଭଗାରୀ ପଣିଆ ଦେଖାଇଲେଣି । ବାରମ୍ବାର ତାଙ୍କ ନାଟ ତାମସାରେ ରାଗିଲେଣି ଓଡ଼ିଆ ଓ ଓଡ଼ିଶା ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ ଦିନିଆ କାର୍ଯ୍ୟକ୍ରମ ପରେ ମୋହନ ସରକାର ଦିଦିଙ୍କୁ ପାନେ ଦେବାକୁ ଯୋଜନା କରିଛନ୍ତି । ନାଲି ଆଖି ଦେଖାଇଛନ୍ତି । ଭୁଲନି ବାଲେଶ୍ୱର ଦେଇ ଅଣ୍ଡା ଓ ମାଛ ଯାଉଛି । ବନ୍ଦ କରିଦେବୁ । ଏମିତି କହି ଦିଦିଙ୍କ ଘଟିକାକୁ ମାଡ଼ ଦେବାର ଚେତାବନୀ ଦେଇଛନ୍ତି । ଏହା ପରେ କାଳେ ଦିଦି ସାଇଜ । ଓଡ଼ିଶାକୁ ଏବେ ଆଳୁ ଛାଡ଼ିବେ ବୋଲି କହିଲେଣି ।
ମୋହନ ସରକାରଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂରା ରାଗି ଗଲେଣି ଦିଦିଙ୍କ ଆଳୁ ଲୁଚକାଳି ଖେଳରେ । କହିଲେ, ଆମେ କ’ଣ ମାଗିଖିଆ । ସେମାନେ ଆଳୁ ଦେବେନି ବୋଲି କହିଛନ୍ତି ନଦିଅନ୍ତୁ । ଆମେ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଣିବୁ । ଏତିକି ସିନା କହିଲେ, ତେଣେ କାଳେ ପଶ୍ଚିମବଙ୍ଗ ଆଳୁ ବେପାରୀଙ୍କ ମାଧ୍ୟମରେ ଭିତିରି ବିଦ୍ରୋହ କରାଇଲେ । ବେପାରୀଙ୍କ ବିଦ୍ରୋହ ଏମିତି ହେଲା ଯେ, ମମତା ଆଣ୍ଠୁ ମାଡ଼ି ଦେଲେ । ସେପଟେ ଓଡ଼ିଶା ବୁଲେଇ ବଙ୍କେଇ ଚେତାବନୀ ବି ଦେଲା । କହିଲା, ବେଶ ଉତୁରନି । ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଅଣ୍ଡା ଓ ମାଛ ଯାଉଛି । ଚାହିଁଲେ ବନ୍ଦ କରିଦେବୁ । ଦୁଇପଟୁ ମାଡ଼ ପଡ଼ିବା ପରେ ମମତା କାଳେ ସାଇଜ ହୋଇଯାଇଛନ୍ତି । ଆଳୁ ଅନ୍ୟ ରାଜ୍ୟକୁ ପଠାଇବାକୁ ସହମତ ବି ହୋଇଛନ୍ତି ।