ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସାମ ସରକାର ତାଙ୍କ ରାଜ୍ୟରେ ଗୋମାଂସକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ରାଜ୍ୟରେ ଗୋମାଂସ ବିକ୍ରି ହେବ ନାହିଁ କି କୌଣସି ହୋଟେଲ, ରେଷ୍ଟୋରାଣ୍ଟ ବା ଭୋଜିରେ ଗୋମାଂସ ହେବ ନାହିଁ । ଏହା ହେଲେ ନିୟମର ଉଲ୍ଲଙ୍ଘନ ଧରାଯିବ ଓ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେବା ପରେ ଏହି ସୂଚନା ଦେଇଛନ୍ତି ।
ହିମନ୍ତ କହିଲେ, ୩ବର୍ଷ ପୂର୍ବରୁ ଆମେ ଗୋ ହତ୍ୟା ନିଷେଧ ଆଇନ ଆଣିଥିଲୁ । ଏହା ବେଶ ପ୍ରଭାବ ପକାଇଛି । ଏବେ ପୂରା ରାଜ୍ୟରେ ଗୋମାଂସ ସେବନ ଓ ବିକ୍ରିକୁ ବନ୍ଦ କରିବାକୁ ଧାର୍ଯ୍ୟ କରାଯାଇଛି । ଏନେଇ ପବ୍ଲିକ ନୋଟିସ ବି ଜାରି କରାଯାଇଛି । ନିଦେ୍ର୍ଦଶନାମା ସରକାରୀ ଦପ୍ତର ଗୁଡ଼ିକୁ ଦିଆଯାଇଛି । ଗୋବଂଶ ସୁରକ୍ଷା ପାଇଁ ଆସାମ ସରକାର ଏପରି କଠୋର ପଦକ୍ଷେପ ନେଇଥିବା ସେ କହିଛନ୍ତି । ଏବେ ଠାରୁ ଆସାମର କୌଣସି ହୋଟେଲ,ରେଷ୍ଟୋରାଣ୍ଟ ବା ଭୋଜି ଭାତରେ ଗୋମାଂସ ମିଳିବ ନାହିଁ ।
ଗୋ ବଂଶ ସୁରକ୍ଷା ଜରୁରୀ । ଗୋ ମାତା ଠୁ କେବଳ କ୍ଷୀର ନୁହେଁ, ସେମାନଙ୍କ ଠାରୁ ସାର ବି ମିଳୁଛି । ସେମାନଙ୍କ ମୁତ୍ରରୁ ଔଷଧିୟ ତତ୍ୱ ବି ମିଳି ପାରିବ । ସବୁଠାରୁ ବଡ଼ କଥା ହେଉଛି ଗୋମାତା ହେଉଛନ୍ତି ବଡ଼ ବରଦାନ । ଆମ ପରିବେଶକୁ ନଷ୍ଟ କରୁଥିବା ପନି ପରିବା ଓ ଅନ୍ୟାନ୍ୟ କଠିନ ବର୍ଜ୍ୟକୁ ଗୋମାତା ଖାଇ ସାର ପ୍ରସ୍ତୁତ କରନ୍ତି । ଏପରି ପ୍ରାକୃତିକ ପୁନଃପ୍ରକ୍ରିୟାକରଣ ବୋଧେ କୌଣସି ଠାରେ ହୋଇ ପାରିବ ନାହିଁ । ତେଣୁ ଗୋ ବଂଶ ସୁରକ୍ଷା ଜରୁରୀ । ଏଦିଗରେ ଆସାମା ସରକାର ବେଶ କଠୋର ପଦକ୍ଷେପ ନେଉଥିବା ହିମନ୍ତ କହିଥିଲେ ।