ଝିଅମାନେ ପଢି ପାରିବେନି ଡାକ୍ତରୀ ପାଠ : ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ମହିଳା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଝିଅମାନେ ପଢି ପାରିବେନି ଡାକ୍ତରୀ ପାଠ,ମହିଳାଙ୍କ ଡାକ୍ତରୀ ପଢ଼ାରେ ଲାଗିବ ରୋକ ଏପରି ବିଚିତ୍ର ନିୟମ ଆଣୁଛି ଆଫଗାନିସ୍ତାନରେ ତାଲିବାନ ସରକାର l ମହିଳାଙ୍କ ଡାକ୍ତରୀ ପାଠ ପଢ଼ାରେ ଲାଗିବ ରୋକ । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ମହିଳା । ଏନେଇ ଘୋଷଣା କରିଛନ୍ତି ତାଲିବାନର ସର୍ବୋଚ୍ଚ ନେତା ହାଇବତୁଲ୍ଲା ଆଖୁନ୍ଦଜାଦା । ତାଲିବାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବୈଠକରେ ଏଭଳି ଘୋଷଣା କରାଯାଇଛି । ଘରୋଇ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କୁ ଡାକି ନୂତନ ଆଦେଶ ବିଷୟରେ ଅବଗତ କରାଯାଇଛି । ଏହି ଘୋଷଣା ପରେ ଏବେ ଚିନ୍ତାରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରୀ ।

ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ଛାତ୍ରୀମାନେ ପୋଷ୍ଟର ଓ ବ୍ୟାନର ଧରି ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଆଫଗାନିସ୍ତାନର ଅନେକ ପ୍ରଦେଶରେ ମହିଳାଙ୍କୁ ପୁରୁଷ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରିବା ମନା । ଏନେଇ ପ୍ରତିବନ୍ଧ ଲଗାଇଛି ତାଲିବାନ । ଏବେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପାଠପଢ଼ା ଓ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇବାକୁ ଘୋଷଣା କରାଯାଇଛି । ଯାହା ମହିଳାଙ୍କ ପାଇଁ ଘାତକ ହେବାକୁ ଯାଉଛି । ଗୋଟେପଟେ ମହିଳାଙ୍କୁ ପୁରୁଷ ଡାକ୍ତର ଚିକିତ୍ସା ଯୋଗାଇ ପାରିବେନି । ଅନ୍ୟପଟେ ଦେଶରେ ମହିଳା ଡାକ୍ତର ରହିବେନି । ଅର୍ଥାତ ଝିଅମାନେ ସ୍ୱାସ୍ଥ୍ୟସେବା ବିନା ରହିବାକୁ ବାଧ୍ୟ ହେବେ । ଏହି ନିୟମ ପରେ ମହିଳାମାନେ ଯନ୍ତ୍ରଣା, ଅସୁସ୍ଥତା ଏବଂ ମୃତ୍ୟୁର ସମ୍ମୁଖୀନ ହେବେ । ଏଭଳି ନିଷ୍ପତ୍ତି ପରେ ପୂରା ଦେଶରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here