ଜିଲ୍ଲାସ୍ତରୀୟ ୬୨ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-  ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଗଜପତି ଜିଲ୍ଲା ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୬୨ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

ପ୍ରଥମେ ଗୃହରକ୍ଷୀ ବାହିନୀ ମାନଙ୍କ ଉଦ୍ଦେଶ୍ୟରେ , ଯେଉଁମାନେ କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରିଛନ୍ତି , ସେମାନଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ ।

ଗୃହରକ୍ଷୀ ମାନେ ସବୁବେଳେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବାକରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଜନସମାଗମ ଓ ଟ୍ରାଫିକ ଭଳି ଗୁରୁତ୍ୱପୂର୍ଣ୍ଣ ତଥା ନିଷ୍କାମ ସେବା ପ୍ରଦାନ କରିଥାନ୍ତି । ଏମିତିକି ବିଭିନ୍ନ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ମଧ୍ୟ ଉତ୍ତମ ସେବା ପ୍ରଦାନ କରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି।ଗୃହରକ୍ଷୀ ମାନେ ଆଗାମୀ ଦିନ ମାନଙ୍କରେ ମଧ୍ୟ ସେମାନଙ୍କ ଏହି ନିଷ୍କାମ ସେବା ଓ ଉଚ୍ଚ ପରମ୍ପରା ସବୁବେଳେ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ।ପରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଅବସରରେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନଙ୍କର ସେବା ଓ ବଳିଦାନ ବିଷୟରେ କୁହାଯାଇଥିଲା।ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରି ଚାକିରୀରୁ ଅବସର ନେଇଥିବା ପାରଳାଖେମୁଣ୍ଡି ଥାନାର ବିଭିନ୍ନ ହୋମ ଗାର୍ଡ ଙ୍କୁ ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ୨୭ ଜଣ ହୋମ ଗାର୍ଡ ଙ୍କୁ ମାନପତ୍ର ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here