ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଇପିଏସ୍ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଣ୍ଡୋ ତିବ୍ବତିଆନ ବର୍ଡର ପୁଲିସର ଆଇଜି ଭାବେ କାର୍ଯ୍ୟରେ ଯୋଗଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହି ପଦବୀରେ ଆସନ୍ତା ୫ ବର୍ଷ ଯାଏଁ ରହିବେ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ପଦବୀରେ ରହିବେ। ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନା ପ୍ରକାରେ ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ଆଶିଷ ସିଂ ମେଡିକାଲ ଲିଭ୍ରେ ଥିଲେ। ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ନେଇ ମୁଖ୍ୟ ନିର୍ବାଚନ କମିସନର(ଇସିଆଇ)ଙ୍କ ପାଖରେ ତାଙ୍କ ବିରୋଧରେ କେନ୍ଦ୍ର ବିଜେପି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ ଆଇଜି ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି-ସିଏମ୍ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା।