ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ମହାନଗର ନିଗମରେ କର୍ପୋରେଟରଙ୍କ କଳି ଦାଣ୍ଡରେ ପଡି ହାତରେ ଗଡ଼ିଲାଣି କର୍ପୋରେଟରଙ୍କ ଦୁଇଗୋଷ୍ଠୀ ଗୋଟିଏ ଚ୍ୟାଉ ବାବୁଙ୍କ ପଟେ ରହିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପାଇଁ ବିକ୍ରମ ହେଉଛନ୍ତି ସବୁକିଛି l କର୍ପୋରେଟରଙ୍କ କଳି ଏବେ ଗଂଜାମ ଜିଲ୍ଲା ରାଜନୀତିକୁ ସରଗରମ କରି ରଖିଛି l କର୍ପୋରେଟରଙ୍କ କଳି ଏବେ ବ୍ରହ୍ମପୁର ମହାନଗର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଥିବା ବେଳେ ବିଜଦ ପାଇଁ ଏହା ଆଦୌ ଶୁଭଙ୍କର ନୁହଁ ବୋଲି ଚର୍ଚ୍ଚା ଜୋର ଧରିଛି l
ବ୍ରହ୍ମପୁର ମହାନଗର ନିଗମରେ କର୍ପୋରେଟରଙ୍କ କଳି ଦାଣ୍ଡରେ ପଡି ହାତରେ ଗଡ଼ିଲାଣି l ନିଗମର ୨୦ ଜଣ କର୍ପୋରେଟର ପ୍ରଥମେ ଛତ୍ରପୁର ରେ ଜିଲ୍ଲାପାଳଙ୍କୁ ନିଗମର ଦୁର୍ନୀତି ସମ୍ପର୍କରେ ଅଭିଯୋଗ କରିବାକୁ ଯାଇଥିଲେ l ଏହି ଘଟଣାକୁ ମହାନଗର ନିଗମର ମେୟର ଜାଣିନଥିବା କହିଥିଲେ l ତେବେ ଗୁରୁବାର ଦିନ ପୁଣି ୨୦ ଅସନ୍ତୁଷ୍ଠ କର୍ପୋରେଟର ଏକ ସାମ୍ବାଦିକ ସମ୍ମିଳନୀରେ ମହାନଗର ନିଗମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ବଖାଣି ଥିଲେ l କର୍ପୋରେଟରଙ୍କ ଦୁଇଗୋଷ୍ଠୀ ଗୋଟିଏ ଚ୍ୟାଉ ବାବୁଙ୍କ ପଟେ ରହିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ପାଇଁ ବିକ୍ରମ ହେଉଛନ୍ତି ସବୁକିଛି l କର୍ପୋରେଟରଙ୍କ କଳି ଏବେ ଗଂଜାମ ଜିଲ୍ଲା ରାଜନୀତିକୁ ସରଗରମ କରି ରଖିଛି l
କର୍ପୋରେଟରଙ୍କ କଳି ଏବେ ବ୍ରହ୍ମପୁର ମହାନଗର ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l ଯାହା ବିରୋଧୀଙ୍କ ପାଇଁ ଯଥେଷ୍ଟ ମାତ୍ରରେ ଖୋରାକ ଯୋଗାଇବା ବୋଲି ସାଧାରଣରେ ଚର୍ଚା ଜୋର ଧରିଛି l ସେଥି ମଧ୍ୟରୁ ମହାନଗର ନିଗମ ର ଡେପୁଟି ମେୟର ଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଠ କିଛି କର୍ପୋରେଟର l କମିଶନର ଙ୍କୁ ଖାତିରି କରୁନଥିବା କିଛି କର୍ପୋରେଟର ମଧ୍ୟ ଅସନ୍ତୁଷ୍ଠ ଗୋଷ୍ଠିରେ ସାମିଲ ଅଛନ୍ତି . ବର୍ତ୍ତମାନ ମହାନଗର ନିଗମରେ ୨୦-୨୦ ଗେମ ଚିଲିଥିବା ବେଳେ ନିଜ ପତିଆରା ପାଇଁ ଦୁଇ ଗୋଷ୍ଠ ମଧ୍ୟରେ ଚକାପାଞ୍ଝ ଶାସକ ବିଜଦ ପାଇଁ ଶୁଭଙ୍କର ନୁହଁ l ଏହି ସମସ୍ତ ଘଟଣା ପରେ ମହାନଗର ନିଗମ ମେୟର ନୂତନ କର୍ପୋରେଟର ଙ୍କ ଜ୍ଞାନର ଅଭାବ ଥିବା କହିଥିଲେ l
ବ୍ରହ୍ମପୁର ମହାନଗର ନିଗମରେ ବିଜଦ ର କିଛି ବରିଷ୍ଠ ନେତା କର୍ପୋରେଟର ଙ୍କୁ ମୋହରା କରି କରୁଥିବା ରାଜନୀତି ଆଗାମୀ ଦିନରେ ମହଙ୍ଗା ପଡିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି l