କଥା ରଖିଲେ ମୋହନ ସରକାର

0

ବରଗଡ଼ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଥା ଦେଇ କଥା ରଖିଲେ ରାଜ୍ୟ ସରକାର । ଚାଷୀଙ୍କୁ ମିଳିଲା ଇନପୁଟ ସବସିଡ଼ି ।ବରଗଡ଼ ସୋହେଲାରେ ଆୟୋଜିତ ହୋଇଥିବା ବିଶାଳ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀଙ୍କ ଆକାଉଣ୍ଟ କୁ ୮୦୦ ଟଙ୍କା ଇନପୁଟ ସବସିଡି ଛାଡିଥିଲେ ଏହି ଅବସରରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଅନୁଷ୍ଠିତ ଚାଷୀ ସମାବେଶରେ ରାଜ୍ୟ ଇସ୍ପାତ ଖଣିଜ ପରିବହନ ମନ୍ତ୍ରୀ ବିଭୁତିଭୁଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେପି କରିଥିବା ଘୋଷଣା ଆଜି ପୁରଣ କରିଛି ବୋଲି କହିଥିଲେ . କିଭଳି ପୂର୍ଵସରକାର ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇ ଠକିଥିଲା, ଆଉ ରାଜ୍ୟରେ ଆସିଥିବା ବିଜେପି ଦଳର ମୋହନ ସରକାର ଆସିବାର କିଛି ଦିନ ପରେ ଚାଷୀଙ୍କ ଧାନର ଏମ ଏସ ପି ବୃଦ୍ଧି କରିଥିଲେ, ଆଜି ତାହା ପରିପୁରଣ ହୋଇଛି ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, ଅନ୍ୟତମ ଅତିଥି ଭାବେ ଛତ୍ରପୁର ବିଧାୟକ, କବିସୂର୍ଯ୍ୟନଗର ବିଧାୟକ ଯୋଗଦେଇଥିଲେ, ଏହି ବିଶାଳ ଚାଷୀ ସମାବେଶରେ ମଞ୍ଚ ଉପରେ କିଛି ଚାଷୀଙ୍କୁ ଅତିଥି ଭାବେ ମଧ୍ୟ ମଂଚାସୀନ କରାଯାଇଥିବା ଦେଖିବାକୁ ମିଳିଥିଲା, ଡିସେମ୍ବର ୨୩ ରେ ଗଞ୍ଜାମ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ଚାଷୀ କିଭଳି ବିନା ଅସୁବିଧାରେ ଓ ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେଥିପାଇଁ ମାନ୍ୟବର ମନ୍ତ୍ରୀ ବିଭୁତି ଭୁଷଣ ଜେନା ନିଜ ମୋବାଇଲ ନମ୍ବର ସମସ୍ତ ଚାଷୀଙ୍କୁ ପ୍ରଦାନ କରିବା ସହ କୌଣସି ଅସୁବିଧା ହେଲେ ଫୋନ କରିବାକୁ ଅନୁରୋଧ କରିଥିଲେ l

LEAVE A REPLY

Please enter your comment!
Please enter your name here