(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଜଳବାୟୁ ପରିବର୍ତ୍ତନ ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ବୋଲି ବିଶେଷଜ୍ଞ ମତ ରହିଛି।ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶୀତ ଋତୁରେ ଶିଶୁଙ୍କ କ୍ଷେତ୍ରରେ ଥଣ୍ଡା ଜ୍ୱର,ମୁଣ୍ଡ ବଥା,ଖାସ ଆଦି ବିଭିନ୍ନ ପ୍ରକାର ରୋଗ ଦୁଇଗଣ ବୃଦ୍ଧି ପାଉଛି।କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଗଜପତି ଜିଲ୍ଲା ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ନାହାଁନ୍ତି ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର।ସରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦେଉଥିବା ସହ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭାବରେ ଶିଶୁ ରୋଗ ବିଶେଷଜ୍ଞ । ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଉପାନ୍ତ ଅଞ୍ଚଳରେ ଥିବା ଆଦିବାସୀ ହରିଜନ ଓ ବିଭିନ୍ନ ବର୍ଗର ଲୋକେ ପ୍ରତି ୬ମାସ ମଧ୍ୟରେ ୧୮ ହଜାର ରୁ ୨୦ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ୨ବର୍ଷ ରୁ ୧୦ବର୍ଷ ପିଲାଙ୍କ ଚିକିତ୍ସା ୬ ହଜାର ରହିଥାଏ।ସେହିପରି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଚିକିତ୍ସା ମଧ୍ୟ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରେ।ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୧୦ଟି ଆଶୁ ଆରଗ୍ୟ ଡକ୍ଟର ରହିଥିବା ବେଳେ ଜଣେ ମଧ୍ୟ ନାହାନ୍ତି ଶିଶୁ ରୋଗ ବିଶେଷଜ୍ଞ।ଶିଶୁଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଅଞ୍ଚଳବାସୀ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଯଥା ଟଙ୍କା ଖର୍ଚ୍ଚ ହେବା ସହ ବିଭିନ୍ନ ସମସ୍ୟା ଦେଇ ଚିକିତ୍ସା କରାଯାଉଥିବା ଅଭିଯୋଗ ହେଉଛି।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଦୁଇଟି ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି ଡକ୍ଟର ଆସିଲେ ଗୁମ୍ମା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଡ଼ିଏମଓ ଡ଼ଃ ପ୍ରଦୀପ କୁମାର ପାତ୍ର।ତେଣୁ ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।