ବିପ୍ଲବୀ ପରିକ୍ରମା ଡିଜିଟାଲ :- ବେଶ ବିବାଦୀୟ ଆଇପିଏସ ଅଫିସର ହେଉଛନ୍ତି ଡିଏସ କୁଟ୍ଟେ ଓ ଆଶୀଷ ସିଂ । ବିଜେଡିର ବୋଲକରା ବୋଲି ସେମାନଙ୍କର ବେଶ ନାମ ଥିଲା । ଆଇପିଏସ ଅଫିସର କମ ବିଜେଡିର ଏଜେଣ୍ଟ ଭାବେ ସେମାନେ କାମ କରୁଥିବା କୁହାଯାଉଥିଲା । ଏପରିକି ପୋଲିସକୁ ଧରି ବିଜେଡି ପାଇଁ ନାନା ବେଆଇନ କାମ କରୁଥିବା ଅଭିଯୋଗ ହେଉଥିଲା । ଏପରିକି ପୋଲିସ ସହାୟତାରେ ନବୀନଙ୍କୁ ପୁଣି ଥରେ ଜିତାଇବାକୁ ଲାଗିଥିଲେ କୁଟ୍ଟେ ଓ ଆଶୀଷ । ଏନେଇ ଅଭିଯୋଗ କରିଥିଲା ବିଜେପି । ବିଜେପିର ଅଭିଯୋଗ ଉପରେ ନିର୍ବାଚନ କମିଶନ ଏହି ଦୁଇ ଅଫିସରଙ୍କୁ ହଟାଇଥିଲା । ଯାହାଦ୍ୱାରା ସେମାନେ ବିବାଦୀୟ ହୋଇ ପଡ଼ିଥିଲେ । ଏହାପରେ ବିଜେପି ସରକାର ଆସିଲା । ବିଜେପି ଆସିବା ପରେ ସେମାନଙ୍କୁ ଓଏସଡି କରି ରଖିଲା । ଏବେ ସେମାନଙ୍କୁ ସୀମାକୁ ପଠାଇ ଦିଆଯାଇଛି । କେନ୍ଦ୍ର ଡେପୁଟେସନରେ ସେମାନଙ୍କୁ ସୀମାରେ ନେଇ ପକାଇ ଦେଇଛନ୍ତି କେନ୍ଦ୍ର ସରକାର । ଆଶୀଷଙ୍କୁ ଇଣ୍ଡେ ତିବତିଆନ ଫୋର୍ସ ର ଆଇଜି ଭାବେ ନିଯୁକ୍ତି ଦେଇଥିବା ବେଳେ ଡିଏସ କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ।
ବିଜେଡି ସମୟରେ ବେଶ ବିବାଦୀୟ ଥିବା ଏହି ଦୁଇ ଅଧିକାରୀଙ୍କୁ ମୋହନ ସରକାର ଆସିବା ପରେ ବିନା କାମରେ ବସାଇ ରଖିଥିଲେ । ୬ମାସ ବସିବା ପରେ ଏବେ ସେମାନଙ୍କୁ କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ରରେ ସେମାନଙ୍କୁ କୌଣସି ଭଲ ପଦବୀ ମିଳି ନାହିଁ । ଆଶୀଷଙ୍କୁ ଇଣ୍ଡେ ତିବତିଆନ ଫୋର୍ସକୁ ପଠାଯାଇଥିବା ବେଳେ କୁଟ୍ଟେ ବିଏସଏଫରେ ଆଇଜି ଭାବେ ଯୋଗଦେବେ । ଉଭୟ ସୀମାରେ ପୋଷ୍ଟିଂ ପାଇବେ । ନା ସେଠାରେ ରାଜନୀତି ଚାଲିବ ନା ରାଜନୈତିକ ଡିଲ ହେବ । ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । ଏହାବ୍ୟତୀତ ଦୁଇ ବିବାଦୀୟ ଅଧିକାରୀଙ୍କୁ କେନ୍ଦ୍ରକୁ ନେବା ତାଙ୍କ ପାଇଁ ଆଶୀର୍ବାଦ ନା ଦଣ୍ଡ ବୋଲି ବି ପ୍ରଶ୍ନ ହେଉଛି ।