୨୪ ଘଣ୍ଟାରେ ହେବ ହାଲୁକା ବର୍ଷା, ଖସିବ ତାପମାତ୍ରା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରୁ ଉଭାନ ଶୀତ । ସେପଟେ ପିଛା ଛାଡୁନି ବର୍ଷା । ଡିସେମ୍ବର ମାସ ୮ ତାରିଖ ହେଲାଣି କିନ୍ତୁ ଚଳିତ ବର୍ଷ ଅଧିକ ଶୀତ ନାହିଁ । ସବୁ ବର୍ଷ ଏହି ସମୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହୋଇଥାଏ । କିନ୍ତୁ ବଙ୍ଗୋପସାଗରରେ ବାରମ୍ବାର ସିଷ୍ଟମ ପାଇଁ ଏ ବର୍ଷ ହାଡଭଙ୍ଗା ଜାଡ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ସେପଟେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି ।ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ ସ୍ବାଭାବିକ ତୁଳନାରେ ୨ ରୁ ୩ ଡିଗ୍ରୀ ଉପରେ ରହୁଛି ପାରଦ । ସେପଟେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ପରେ ସର୍ବାଧିକ ତାପମାତ୍ରାରେ ହ୍ରାସ ଘଟିବ । ବିଶେଷ କରି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । କିନ୍ତୁ ଶୀତ ଅଧିକ ହେବନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦୁଝରର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

LEAVE A REPLY

Please enter your comment!
Please enter your name here