ଗୋପାଳପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ସାରା ଭାରତ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ l ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ମହିଳା ସ୍ବେଚ୍ଛା ସେବୀ ଅନୁଷ୍ଠାନ ‘ସେବା’ ପକ୍ଷରୁ ମଧ୍ୟ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ପୂର୍ବରୁ ମଧ୍ୟ ବାଲ୍ୟ ବିବାହ,ଶିଶୁ ଯୌନ ନିର୍ଯ୍ୟାତନା,ଶିଶୁ ଚାଲାଣ ପ୍ରତିରୋଧ କରିବା ପାଇଁ ‘ସେବା’ ବିଭିନ୍ନ କାର୍ଯ୍ୟ କରିଆସୁଛି। ତେବେ ରବିବାର ( ୮. ୧୨. ୨୪) ଦିନ ମହିଳା ସ୍ବେଛାସେବୀ ଅନୁଷ୍ଠାନ ‘ସେବା’ ଏବଂ ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ’ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ସଭା କାର୍ଯ୍ୟକ୍ରମ ରେ ଗୋଳାବନ୍ଧ, ବନ୍ଦର, ଦିଗିପୁର ଏବଂ ବକ୍ସିପଲି ଗ୍ରାମର ୭୦ ଜଣ କିଶୋର କିଶୋରୀ ଯୋଗ ଦେଇଥିଲେ l ୧୮ ବର୍ଷରୁ କମ ବାଳିକା, ୨୧ ବର୍ଷରୁ କମ ବାଳକ ବିବାହ କରିବା ଅନୁଚିତ, ଏହା ଆଇନତଃ ଅପରାଧ ଏବଂ ଉଭୟଙ୍କ ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବାରେ ନାନା ସମସ୍ୟା ଦେଖାଦେବା ସହ କିଭଳି ଏସବୁରୁ ଦୁରେଇ ରହି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିପାରିବା, ସେ ଦିଗରେ ଆଲୋକପାତ କରିଥିଲେ ‘ସେବା’ର ସମ୍ପାଦିକା ଅଳକା ସାହୁ,ଏଥି ସହିତ ବାଲ୍ୟ ବିବାହ ରୋକିବା ପାଇଁ ସେଠାରେ ଉପସ୍ଥିତ ଥିବା ସମସଙ୍କୁ ଶପଥ ପାଠ କରାଇଥିଲେ l
ଏଥିରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଅଳକା ସାହୁଙ୍କ ସମେତ ଦିବ୍ୟଜ୍ୟୋତି ମହିଳା ବିକାଶ ଅନୁଷ୍ଠାନର ପରିଚାଳନା ନିର୍ଦ୍ଧେଶିକା ଶିବାନୀ ବେହେରା ସନମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ l