ଓଡ଼ିଶା ଛାଡିଲା ଜିନ୍ନତ

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶା ଛାଡିଲା ଜିନ୍ନତ । ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ବାରିପଦା ଶିମଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ‘ଜିନ୍ନତ’ ଏବେ ଝାଡ଼ଖଣ୍ଡରେ ପହଁଚିଛି। ଶିମିଳିପାଳରେ ମନ ଲାଗିଲାନି । ଏଠି ସାଥିଟିଏ ମିଳିପାରିଲା ନାହିଁ । ତେଣୁ ଏବେ ଯାଇ ବୁଲୁଛି ଝାଡ଼ଖଣ୍ଡର ଜଙ୍ଗଲରେ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ୍‌ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି । ମହାରାଷ୍ଟ୍ରରୁ ଆସି ଶିମିଳପାଳରେ ପହଁଚିବା ପରେ ଜିନ୍ନତ ଉପରେ ରଖା ଯାଇଥିଲା ନଜର । ତାକୁ କେମେରା ଟ୍ରାପ୍ ରେ ଦେଖା ଜାଉଥୁଲା । ତାର ଗତିବିଧିକୁ ନଜର ରଖିଥିଲେ ବନ ବିଭାଗର କର୍ମଚାରୀ ମାନେ । ଆଶା ଥିଲା ଶିମିଳପାଳରେ ପୁରୁଷ ସାଥିଟେ ପାଇବ ଆଉ ଶିମିଳପାଳରେ ହିଁ ରହିବ । ଜିନ୍ନତ ମାଧ୍ୟମରେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ସରକାର କରିଥିବା ଯୋଜନା ଏବେ ଦ୍ଵନ୍ଦରେ ପହଁଚିଛି । ଜିନ୍ନତ ଯଦି ଶିମିଳପାଳ ନ ଫେରିବ, ଏଠି ଯଦି ପୁରୁଷ ବନ୍ଧୁ ନ କରିବ ତା ହେଲେ ଶିମିଳପାଳ ପାଇଁ ଜିନ୍ନତକୁ ନେଇଥିବା ଆଶା ମଉଳି ଯିବ । ଝାଡ଼ଖଣ୍ଡ ଜଙ୍ଗଲରେ ଯଦି ଜିନ୍ନତର ମନ ଲାଗିଗଲା ତା ହେଲେ ସେ ଫେରି ନ ପାରେ । ଏହି ଚିନ୍ତାରେ ଏବେ ବନ ବିଭାଗର କର୍ମଚାରୀ ମାନେ ଅଛନ୍ତି ।

ଅନ୍ୟ ପକ୍ଷରେ ବନ ବିଭାଗର ଅଧିକାରୀ ମାନେ ଏବେ ଝାଡ଼ଖଣ୍ଡ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି । ରକ୍ଷକ ଗାଡି ସହିତ ଏହି ଟିମ ଜିନ୍ନତକୁ ଟ୍ରାଙ୍କୁଲାଇଜ କରି ଶିମିଳପାଳ ଅଭୟାରଣ୍ୟକୁ ଫେରାଇ ଆଣିବାପାଇଁ ଯୋଜନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here