ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦିନକୁ ଦିନ ବଢିବାରେ ଲାଗିଛି ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଟୁ, ଦ ରୁଲ’ କ୍ରେଜ । ଫିଲ୍ମ ପ୍ରଥମ ସପ୍ତାହରେ ଦମଦାର ପ୍ରଦର୍ଶନ କରିଛି । ଲୋକେ ଫିଲ୍ମ ଦେଖି ଫିଦା ହୋଇଥିବା ବେଳେ ମେଗା-ବ୍ଲକବଷ୍ଟର ପ୍ରମାଣିତ ହୋଇଛି । କାରଣ ଫିଲ୍ମ ଭଲ ପ୍ରଦର୍ସନ ସହ ମୋଟା ଅଙ୍କର ଆୟ କରୁଛି । ଦିନକୁ ଦିନ ଏହାର ଆୟ ବଢିବାରେ ଲାଗିଛି । ‘ପୁଷ୍ପା ଟୁ ‘ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗିଛି । ‘ପୁଷ୍ପା ଟୁ ‘ପ୍ରଭାସଙ୍କ ‘କଲ୍କି 2898AD’କୁ ପରାସ୍ତ କରି ୨୦୨୪ ମସିହାରେ ବିଦେଶୀ ବକ୍ସ ଅଫିସରେ ସର୍ବ ବୃହତ ଓପନର ଫିଲ୍ମ ହୋଇପାରିଛି ।କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସହା ଦେଖିବାକୁ ମିଳିଛି। ପରଦାକୁ ଫିଲ୍ମ ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ ଯାହା ଆଶା ଥିଲା ତାହା ପରଦାକୁ ଆସିବା ପରେ ପୂରଣ କରିଛି ଫିଲ୍ମ । ଏହିପରି ଚଳଚ୍ଚିତ୍ରଟି ୪ ଦିନ ମଧ୍ୟରେ ସାରା ବିଶ୍ୱରେ ୮୦୦ କୋଟି ପାର୍ କରିଛି ଏବଂ ଖୁବଶୀଘ୍ର ୧୦୦୦ କୋଟି କ୍ଲବରେ ଏଣ୍ଟ୍ରି ମରିବ ବୋଲି ଅନୁମାନ କରାଯାଉଛି । ଏହା ସହ ଏହି ଚଳଚ୍ଚିତ୍ରଟି ‘ଗଦର-୨ ୬୮ କୋଟି ଟଙ୍କା’, ‘ବାହୁବଲୀ ୬୫୦ କୋଟି’, ‘ସାଲାର ୬୧୭.୭୫ କୋଟି’ ଏବଂ ‘ପି.କେ ୭୯. ୨ କୋଟି ଟଙ୍କା ମୂଲ୍ୟର ବିଶ୍ୱବ୍ୟାପୀ ରୋଜଗାର କରିଥିବା ଫିଲ୍ମକୁ ପଛରେ ପକାଇଛି ପୁଷ୍ପା-ଟୁ l