ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସର ସହ ଉଦଯାପିତ ହୋଇଛି କୁରାଳ ପୁଜା l ଏହି ପର୍ବ କୁମ୍ଭାର ସମ୍ପ୍ରଦାୟଙ୍କ ସବୁଠୁ ବଡ଼ ପର୍ବ l ସୁସଜ୍ଜିତ ମଣ୍ଡପରେ ମାଟି ଚକ କୁ ସ୍ଥାପନ କରି ଧୁମଧାମ ରେ ପାଳନ କରିଥିଲେ ଏହି ପର୍ବକୁ . ଭାଇଚାରା ର ଏହି ପର୍ବ ଆଗାମୀ ଦିନରେ ବିଲୁପ୍ତ ପ୍ରାୟ କୌଳିକ ବୃତ୍ତି କୁ ପୁଣି ଘର ବାହୁଡା କରେଇବ ବୋଲି ସମସ୍ତଙ୍କ ଆଶା l
ନୂଆପଡା ଜିଲ୍ଲା ରେ ଧୁମଧାମର ସହ ସମାପନ ହୋଇଯାଇଛି କୁରାଳ ପୁଜା l କୁମ୍ଭାର ସମ୍ପ୍ରଦାୟ ଙ୍କ ଏହା ସବୁଠୁ ବଡ଼ ପର୍ବ l ଏହି ପର୍ବ ଭାଇଚାରା ସାଙ୍ଗକୁ ଏକତା ର ବାର୍ତା ବହନ କରି ଆସିଛି . ଏ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡ଼ା ଠାରେ ହେଉଥିବା କୁରାଳ ପୁଜା ର ଦୃଶ୍ୟ l 1985 ମସିହାରୁ କୁମ୍ଭାର ସମାଜ ର ଲୋକେ ଏଠି ପୁଜା କରି ଆସୁଛନ୍ତି l ସାଂସ୍କୃତିକ ଦଳ ସାଙ୍ଗରେ ବିଶାଳ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ସୁସଜ୍ଜିତ ମଣ୍ଡପ ରେ କୁମ୍ଭାର ଚକ, ଆଦି ପୁରଷ ରୁଦ୍ରପାଳ,ଆଦିମାତା ରତ୍ନେସ୍ୱରୀ ଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପନ କରି ପୁଜାର୍ଚନା ଜାରି ରଖିଥିଲେ l ପୂରଣ ପାଠ ସାଙ୍ଗକୁ ରୀତିନୀତିରେ ପୁଜାର୍ଚନା କରି ଉଦଯାପନୀ ସନ୍ଧ୍ୟା ରେ କୁମ୍ଭାର ସମ୍ପ୍ରଦାୟ ର ଆବାଲ ବୃଦ୍ଧ ବନିତା ନାଚଗୀତ କରି ମୂର୍ତ୍ତି ବିସର୍ଜନ କରିଥିଲେ l
କୁମ୍ଭାର ସମ୍ପ୍ରଦାୟ ର ଯିଏ ଯେତେ ଦୂରେ ଥିଲେବି କୁରାଳ ପୁଜା ପାଇଁ ଘରକୁ ଫେରନ୍ତି କୁମ୍ଭାର ଲୋକେ l ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ନୂଆପଡା ଜିଲ୍ଲା ର କେନ୍ଦୁମୁଣ୍ଡା, ସିନାପାଲି, ଫୁରଶୁଣ୍ଡ, ମାଣ୍ଡୋସିଲ, ତୁକୁଲା, ରେଙ୍ଗ, ମହୁଆଭଟା, ଅନକାପୁର, ତୁକୁଳା ଭଲି ବିଭିନ୍ନ ଗାଁରେ କୁରାଳ ପୁଜା ଅନୁଷ୍ଠିତ ହୋଇଛି l ପ୍ରତିଦିନ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଛି l କୁମ୍ଭାର ଜାତି ର ସମସ୍ତେ ରାଗ ରୁଷା ଭୁଲି କୁରାଳ ପୁଜା କରି ଏକତା ର ପରିଚୟ ଦିଅନ୍ତି l
ସମ୍ପ୍ରତି କୁମ୍ଭାର ଙ୍କ କୌଳିକ ବୃତ୍ତିରୁ ନିଜକୁ ଦୁରେଇ ରଖୁଥିବା ଯୁବ ପିଢ଼ି ଙ୍କ ପାଇଁ ଏହି ପର୍ବ ରଖିଛି ସ୍ୱତନ୍ତ୍ର ମହତ୍ୱ l ଆଗାମୀ ଦିନରେ ଏହି ପର୍ବ ସମାଜ ର ଏକତା, ପରମ୍ପରା କୁ ବଜାୟ ରଖିପାରିବ ବୋଲି ସମସ୍ତଙ୍କ ଆଶା ଓ ଭରସା l