ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଡେପୁଟେସନରେ ଯିବେ ୩ ଆଇପିଏସ ଅଫିସର । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ଆଇପିଏସ୍ ଅସିତ କୁମାର ପାଣିଗ୍ରାହୀ, ଅମିତାଭ ଠାକୁର ଓ ରାଜେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ପୂର୍ବରୁ ଅନ୍ୟ ଦୁଇଜଣ ଆଇପିଏସ୍ ମଧ୍ୟ ଡେପୁଟେସନରେ ଯାଇଛନ୍ତି । କିଛିଦିନ ପୂର୍ବରୁ ଦୁଇଜଣ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ଡେପୁଟେସନରେ ପଠାଯାଇଛି । ଏହି ଦୁଇ ଆଇପିଏସଙ୍କୁ ଭିକେ ପାଣ୍ଡିଆନଙ୍କର ସହଯୋଗୀ ବୋଲି କୁହାଯାଉଥିଲା । ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ପାଇଁ କାମ କରୁଥିବାର ମଧ୍ୟ ପ୍ରମାଣ ମଳିଥିଲା । ଏହି ଦୁଇ ଆଇପିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।