ନ୍ୟାଯ୍ୟ ଦାବୀ ହାସଲ ପାଇଁ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଦେଲେ ରଣହୁଙ୍କାର

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱମାନେ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଟାଳଟୁଳ ନୀତି ଅବଲମ୍ବନ ନକରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ।କେନ୍ଦ୍ର ସରକାର ୨୦୦୫ ମସିହାରୁ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ନୂତନ ପେନସନ୍ ନିୟମ ଲାଗୁ କରିବା ପରେ ଏଥିରେ ଅନ୍ତର୍ଭୁକ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଅବସର ପରେ ଅତ୍ୟନ୍ତ ଦୟନୀୟ ଜୀବନ ଯାପନ କରିବାକୁ ପଡ଼ୁଛି। ରାଜ୍ୟରେ ଗଢ଼ି ଉଠିଥିବା ପୂର୍ଣ୍ଣ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାର ଦରମା ଓ ଅନ୍ୟାନ୍ୟ ଭତ୍ତା ଦେଉଥିଲେ ମଧ୍ୟ ଏହାକୁ ସରକାରୀ ବିଦ୍ୟାଳୟରେ ପରିଣତ ନକରିବା ଫଳରେ ଖାଲି ପଡ଼ୁଥିବା ସ୍ଥାନରେ ନୂତନ ନିଯୁକ୍ତି ହୋଇପାରୁ ନାହିଁ।

 

ଉକ୍ତ ଅନୁଷ୍ଠାନ ଗୁଡ଼ିକ ଶିକ୍ଷକ ଅଭାବରୁ ବନ୍ଦ ହୋଇ ଚାଲିଛି। ସରକାରଙ୍କ ତରଫରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଓ ପିପିଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଆଶ୍ରିତ୍ ପଟ୍ଟନାୟକ ଆଜିର ସଭାସ୍ଥଳରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ପ୍ରଦତ୍ତ ସ୍ମାରକ ପତ୍ରକୁ ଗ୍ରହଣ କରିବା ସହିତ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କରେ ସରକାରଙ୍କର ଦୃଷ୍ଟିଭଙ୍ଗୀ ବିଷଦ୍ ଭାବରେ ରଖିଥିଲେ। ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସହିତ ଶିକ୍ଷକମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିବା କଥା ଏବଂ ଆଗାମୀ ଦିନରେ ଆଲୋଚନା କରିବା ପାଇଁ କଥା ଦେଇଥିଲେ। ସରକାର ତୁରନ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଇଥିôବା ବା ଅବସର ଅପେକ୍ଷାରେ ଥିବା ଶିକ୍ଷକ, ଶିକ୍ଷାକର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନ୍‌ସନ୍ ଯୋଗାଇ ଦେବା ସମ୍ପର୍କରେ ସରକାରଙ୍କ ବିଚାରଧିନ ଥିବା କଥା ପ୍ରକାଶ କରିଥିଲେ। ଦୁଇ ବିଧାୟକଙ୍କର ଅନୁରୋଧ କ୍ରମେ ଆଜିର ସମାବେଶକୁ ସ୍ଥଗିତ ରଖାଯାଇଥିଲା।

 

ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରାଙ୍କ ସମେତ ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସଭାରେ ଉଦ୍‌ବୋଧନ ରଖିଥିଲେ।

LEAVE A REPLY

Please enter your comment!
Please enter your name here