ଏଣିକି ସବୁ ଜିଲ୍ଲାରେ ହେବ ଟ୍ରମାକେୟାର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ସଚେତନତା ବଡ଼ ଅସ୍ତ୍ର ପାଲଟିଛି । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଲକ୍ଷ୍ୟରେ ବେଶ ଉପାଦେୟ ସାବ୍ୟସ୍ତ ହେଉଛି ଟ୍ରମା କେୟାର ସେଣ୍ଟର ବ୍ୟବସ୍ଥା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନାରେ କିଛି ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଟ୍ରମା କେୟାର ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆଉ ଏକ ବଡ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରତ୍ୟେକଟି ଜିଲ୍ଲାରେ ଟ୍ରମାକେୟାର ସେଣ୍ଟରକୁ ଗୁରୁତ୍ଵ ଦିଆଯାଉଛି । ଏସିବିକୁ ୫୦୦ ବେଡ ବିଶିଷ୍ଟ ଟ୍ରମାକେୟାର ସେଣ୍ଟର ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି । ରାଜ୍ୟରେ ବିଶେଷ ଭାବରେ ଟ୍ରମାକେୟାର ସେଣ୍ଟର କୁ ଅଧିକ ଭାବରେ ଗୁରୁତ୍ଵ ଦିଆଯାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ ୧୦୭ ଟି ଟ୍ରମାକେୟାର ସେଣ୍ଟର ରହିଛି। ସେଥିମଧ୍ୟରୁ ୮୯ ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ବେଳେ ବାକି ୧୬ ଟି ଟ୍ରମାକେୟାର ସେଣ୍ଟର ବେସରକାରୀ ହସ୍ପିଟାଲରେ ରହିଛି” ବୋଲି କହିଛନ୍ତି ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥି।।ଦେଶରେ ଦୁର୍ଘଟଣା ଜନିତ ଚିକିତ୍ସାରେ ଆଗରେ ରହିଛି ତାମିଲନାଡୁ। ଏହା ପଛରେ ରହିଛି ଓଡିଶା। ୧୯୫୯ ମସିହା ମଧ୍ୟରେ ରାଜ୍ୟରେ ୩ ଟି ମେଡିକାଲ କଲେଜ ହୋଇଥିଲା। କଟକାର ଏସସିବି, ବ୍ରହ୍ମପୁର ଓ ଭୀମସାର ମେଡିକାଲ। ତେବେ ୨୦୧୭ ମସିହାରେ ୨ ଟି ମେଡିକାଲ କଲେଜ ଆରମ୍ଭ କରାଯାଇଥିବାବେଳେ ବର୍ତ୍ତମାନ ସୁଧା ରାଜ୍ୟରେ ୧୩ ଟି ମେଡିକାଲ କଲେଜ ଖୋଲିଛି । ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି” ବୋଲି କହିଛନ୍ତି ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥି। ଜିଲ୍ଲା ସ୍ତରୀୟ ହସ୍ପିଟାଲଠାରୁ ଆରମ୍ଭ କରି ଜାତୀୟ ରାଜପଥର ପ୍ରତି ୫୦ କିମି ଅନ୍ତରରେ ଗୋଟିଏ ଲେବୁଲ ୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା କରିବା ଏବଂ ରୋଗୀଙ୍କୁ ସଠିକ ଭାବରେ ଚିକିତ୍ସା କରିବା ଦିଗରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here