ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଖେଳିଲା ମହିଳା କାର୍ଡ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ପାଇଁ ମାସକୁ ୨୧ଶହ ଟଙ୍କା ସହାୟତା ରାଶି ଘୋଷଣା କରିଛି ଆପ । ଏବେଠୁ ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ କରିବା ସହ ମାସକୁ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଆଉ ଯଦି ନିର୍ବାଚନରେ ବିଜୟୀ ହୁଏ ତେବେ ଏହି ରାଶି ୧୦୦୦ରୁ ୨୧୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ । ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ କୁହାଯାଇଛି ।ଆସନ୍ତା ଫେବୃଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ହାତ ଖୋଲିଦେଇଛି ଆପ୍ । ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ପାଇଁ ମାସକୁ ୨୧ଶହ ଟଙ୍କା ସହାୟତା ରାଶି ଘୋଷଣା କରିଛି । ଏବେଠୁ ମହିଳାଙ୍କ ପାଇଁ ଏହି ଯୋଜନା ଲାଗୁ କରିବା ସହ ମାସକୁ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ଆଉ ଯଦି ନିର୍ବାଚନରେ ବିଜୟୀ ହୁଏ ତେବେ ଏହି ରାଶି ୧୦୦୦ରୁ ୨୧୦୦କୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ । ମହିଳାମାନଙ୍କୁ ଏଥିପାଇଁ ପଞ୍ଜିକରଣ କରିବାକୁ କୁହାଯାଇଛି । ଏହାପରେ ସିଧାସଳଖ ସେମାନଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଯିବ। ହେଲେ ଯେହେତୁ ଏବେ ନିର୍ବାଚନ ହେବାର ଅଛି ତେଣୁ ଏବେ ଟଙ୍କା ପଠାଇବା ସମ୍ଭବ ନହେଁ। ତେଣୁ ନିର୍ବାଚନ ପରେ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି କେଜ୍ରିୱାଲ।

LEAVE A REPLY

Please enter your comment!
Please enter your name here