କ୍ରିକେଟ୍ ବିଶ୍ୱକପ୍ କ୍ରେଜ୍‌: ଦିନକ ପାଇଁ ହୋଟେଲ ରୁମ୍‌ ଭଡ଼ା ଲକ୍ଷେ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଗୁଜରାଟର ଅହମଦାବାଦରେ ଆସନ୍ତା ରବିବାର ଦିନ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଚାହୁଁଥିବା ଲୋକଙ୍କ ଚାହିଦା ବଢ଼ୁଥିବାରୁ ଅହମଦାବାଦରେ ହୋଟେଲ ରୁମ୍‌ ଦର ଏବଂ ସହରକୁ ବିମାନ ଭଡ଼ା ଏବେ ଆକାଶଛୁଆଁ ହୋଇଯାଇଛି। ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଭାରତ ସମେତ ସାରା ବିଶ୍ୱରୁ ଲକ୍ଷାଧିକ ଫ୍ୟାନଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ହୋଟେଲ୍ ରୁମ୍ ଗୁଡିକର ଭଡ଼ା ବହୁତ ବଢ଼ି ଯାଇଛି। ଫୋର୍ ଷ୍ଟାର୍, ଫାଇଭ୍ ଷ୍ଟାର୍ ହୋଟେଲରେ ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ଏପରିକି ଛୋଟ ଛୋଟ ହୋଟେଲରେ ଦିନକ ପାଇଁ ଭଡ଼ା ୧୦ ହଜାର ତଳକୁ ନାହିଁ । ସେପଟେ ବିମାନ ଭଡ଼ା ମଧ୍ୟ ବଢ଼ିଛି । ଅହମଦାବାଦରେ ଏବେ ସବୁ ଦର ଆକାଶ ଛୁଆଁ । ପ୍ରାୟ ୫ ଗୁଣା ବଢିଛି ଅହମଦାବାଦକୁ ଯିବା ଓ ରହିବା ଦର । ବେଙ୍ଗାଲୁରୁରୁ ଅହମଦାବାଦକୁ କେବଳ ଯିବାକୁ ବିମାନ ଭଡ଼ା ୩୩ ହଜାର ଟଙ୍କା । ୱାନ୍ ୱେ ବିମାନ ଭଡ଼ା ୫,୭୦୦ ଟଙ୍କା ବଦଳରେ ୩୩ ହଜାର ଟଙ୍କା ହୋଇଛି ।ଅନ୍ୟପକ୍ଷରେ ବିଭିନ୍ନ ଗନ୍ତବ୍ୟସ୍ଥଳରୁ ଅହମଦାବାଦକୁ ବିମାନ ଭଡ଼ା ସ୍ୱାଭାବିକ ଦର ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଚେନ୍ନାଇରୁ ଆସୁଥିବା ବିମାନଗୁଡ଼ିକର ଦର ସାଧାରଣ ସମୟରେ ପାଖାପାଖି ୫,୦୦୦ ଟଙ୍କା ଥିବା ବେଳେ ଏବେ ତାହା ୧୬,୦୦୦ରୁ ୨୫,୦୦୦ ଟଙ୍କା ରହିଛି। ଅହମଦାବାଦର ଚାହିଦା ଅଧିକ ଥିବାରୁ ପ୍ରାୟ ସବୁ ସ୍ଥାନରୁ ସହରକୁ ବିମାନ ଭଡ଼ା ତିନିରୁ ପାଞ୍ଚ ଗୁଣ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here