ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟ ସରକାରଙ୍କ ଲଷ୍ମୀ ବସ ଧକ୍କା ରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ହାଇସ୍କୁଲ ଛକ ନିକଟରେ । ମୃତକ ଜନଙ୍କ ହେଲେ ଠାକୁରମୁଣ୍ଡା ବ୍ଲକ ଦିଗଧର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନିନ୍ଦା ଗ୍ରାମର ସନ୍ତୋଷ ମହାନ୍ତ ଙ୍କ ପୁଅ ଡମ୍ବରୁଧର ମହାନ୍ତ ଯାହାଙ୍କ ବୟସୋ ୩୦ ବର୍ଷ ବୋଲି ଜଣାପଡିଛି । ସୂଚନଯୋଗ୍ୟ କି ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ସମୟରେ ଲଷ୍ମୀ ବସ୍ ଯାହାର ନମ୍ୱର୍ ଓଡି-୧୧ଏଇ-୩୪-୧୯ ଠାକୁରମୁଣ୍ଡା ବଜାର ରୁ ବ୍ଲକ କାର୍ଯ୍ୟାଳୟ ପରିସର ରେ ଥିବା ଲଷ୍ମୀ ବସ ଷ୍ଟାଣ୍ଡ କୁ ଯାଉଥିବା ବେଳେ ବିପରୀତ ଦିଗ ସୁନିନ୍ଦା ଗ୍ରାମରୁ ଡମ୍ବରୁଧର ଏକ ହୁଣ୍ଡା ସାଇନ୍ ବାଇକ ଯାହାର ନମ୍ୱର୍ ଓଡି-୦୯ କ୍ୟୁ-୧୫-୦୩ ଯୋଗେ ଘରୁ ଠାକୁରମୁଣ୍ଡା ବଜାର କୁ ଆସୁଥିବା ସମୟରେ ବସ ସହିତ ବାଇକ ଧକ୍କା ହୋଇଥିଲା।ଦୁର୍ଘଟଣା ଘଟାଇ ଥିବା ଲଷ୍ମୀ ବସ ଟି ଘଟଣାସ୍ଥଳରୁ ଖସି ଯାଇ ବ୍ଲକ କାର୍ଯ୍ୟାଳୟ ପରିସର କୁ ଚାଲି ଯାଇଥିଲା।ଦୁର୍ଘଟଣା ପରେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇ ଥିଲେ। ଏ ବିଷୟ ରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଘଟଣାସ୍ଥଳରୁ ବସ ଓ ବାଇକ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଡମ୍ବରୁଧରଙ୍କ ର ଗୋଟିଏ ୪ ବର୍ଷର ଝିଅ ଥିବାବେଳେ ତାଙ୍କ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। ଡମ୍ବରୁଧର ଥିଲେ ଘରୋ ର ବଡ଼ ପୁଅ । ସାନ ଭାଇ ଅବିବାହିତ, ୨ ଭଉଣୀ ବିବାହ କରିସାରିଛନ୍ତି। ବଡ଼ ପୁଅ ରୋଜଗାରରେ ଘରୋ ଚାଲି ଆସୁଥିଲା । ଏହି ଦୁଃଖ ଦାୟକ ଘଟଣା ପରେ ମୃତ ଡମ୍ବରୁଧର ମହାନ୍ତଙ୍କ ପିତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଏବେ ସକାକୁଳ ପରିବେଶର ବାତାବରଣ ଖେଳି ଯାଇଛି ।