ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କଂଗ୍ରେସ ଯୁବନେତା ରାହୁଲ ଗାନ୍ଧୀ ଓଡ଼ିଶାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନର ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ଘଟଣାକୁ ସାରା ଭାରତ ଓ ଓଡିଶାରେ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସେହିପରି ଆଜି ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ଯୁବ ବିଜେପି ସଭାପତି ଶିବ ନାୟକ ଙ୍କ ନେତୃତ୍ୱ ରେ ରୁ ଗାନ୍ଧୀ ନଗର ଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ରାମ କୁମାର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି କାନ୍ହୁ ଚରଣ ପତି, ପୀତବାସ ପଣ୍ଡା,ମିଡ଼ିଆ ସଂଯୋଜକ ସୁନୀଲ ସାହୁ,ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ରଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।