ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- -କେନ୍ଦୁଜୁଆଣି ହାଟ ପଡିଆରେ ଅଧାପୋଡା ଶବ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ଗିରଫ ବ୍ୟକ୍ତି ମାନେ ହେଲେ ଠାକୁରମୁଣ୍ଡା ଥାନା ଅର୍ନ୍ତଗତ ଜଡିବିଲ ଗ୍ରାମର ରଞ୍ଜିତ ମହାନ୍ତ ଅରଫ ଜଟିଆ ବୟସ ୨୯ ଏବଂ ଘନଶ୍ୟାମ ଜାମୁଦା ଅରଫ କଟରା ବୟସ ୨୩ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୧୬ ତାରିଖ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ହାଟକୁ ଆସିଥିଲେ ଜଡିବିଲ ଗ୍ରାମର ଭଦ୍ରୁ ମହାନ୍ତ ଅରଫ ଯାହାଙ୍କ କନ୍ଦା ବୟସ ୬୦ । ସେହି ଗ୍ରାମର ଦୁଇ ଦୋକାନୀ ସାମାନ୍ୟ ପତ୍ର ପୋଡା ମାଂସର ଟଙ୍କା ନଦେବାରୁ ଜୀବନରେ ମାରିଦେବା ପରି ଏକ ଲୋମ ଘର୍ଷଣ ଘଟଣା ସାମ୍ନାକୁ ଆସିଥିଲା । କନ୍ଦା ମହାନ୍ତ ଉକ୍ତ ଦୋକାନୀ ମାନଙ୍କ ପାଖରୁ ମଦ ପିଇବା ପାଇଁ ପତ୍ର ପୋଡା ମାଂସ ସହିତ ଚଣା ଆଣି ଖାଇବା ପରେ ଟଙ୍କା ନ ଦେବା କାରଣରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ।ତାପରେ ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା, ତେବେ ପତ୍ର ପୋଡା ମାଂସ ଦୋକାନୀ ଏବଂ ଚଣା ଦୋକାନୀ ମିଶି ତାଙ୍କୁ ଜାକି ଧରିବା ସହିତ ତଣ୍ଟି ଚିପି ଦେବା କାରଣରୁ ମୃତ୍ୟୁ ହୋଇଯିବା ପରେ ସେଠାରେ ହିଁ ତାଙ୍କୁ ନଡ଼ା ସାହାଯ୍ୟରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦେଇଥିଲେ,ହେଲେ ଶବ ଟି ଅଧାପୋଡା ଅବସ୍ତାରେ ହାଟ ପଡିଆରେ ପଡ଼ିଥିଲା ।ଘଟଣାର ଖବର ପାଇ ଠାକୁରମୁଣ୍ଡା ପୋଲିସ କେସ ନଂ ୧୨୩ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲେ।ତେବେ ପଚରାଉଚରା ପରେ ଏହା ହତ୍ୟା ହୋଇଥିବା ଜାଣି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ ଏକ ଟିମ ଗଠନ କରି ତଦନ୍ତ କରିବା ସହିତ ହତ୍ୟାର ୪୮ ଘଣ୍ଟା ଭିତରେ ଦୁଇ ଆସାମୀ କୁ ସଫଳତାର ସହିତ ଗିରଫ କରିଥିଲେ । ଆସାମୀଙ୍କୁ ନେଇ ଆଜି କ୍ରାଇମର ରିକ୍ରିଏସନ କରିଥିଲେ ।ତେବେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ସୂଚନା ଦେଇଛନ୍ତି l