ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ପ୍ରଭୁ ଶ୍ୟାମ ବାବାଙ୍କ ପ୍ରାଣ ପ୍ରତିଷ୍ଠା ୨୨ବର୍ଷ ପୂର୍ତ୍ତି ଅବସରରେ କରଞ୍ଜିଆ ସହର ସ୍ଥିତ ଧର୍ମଶାଳା ନିକଟରେ ଥିବା ଶ୍ୟାମ ବାବାଙ୍କ ମନ୍ଦୀର ନିକଟରୁ ଦିବା ୧୧ଘଟିକା ସମୟରେ ଏକ ବିରାଟ ସଭାଯାତ୍ରା ବାହାରି ଫ୍ଲିମ୍ ହୋଲ୍ ଛକ,PWD ଛକ, ମାଣିକ ଛକ, NAC ଛକହୋଇ ଶ୍ୟାମ ବାବାଙ୍କ ମନ୍ଦୀର ନିକଟରେ ଶେଷ ହୋଇଥିଲା । ଏହି ସଭାଯାତ୍ରା ରେ କେବଳ ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ମାରୁୱାଡି ଭକ୍ତ ମାନେ ସାମିଲ୍ ହୋଇଥିଲେ । ଏହି ସାଭାଯାତ୍ର ବାବାଙ୍କ ମନ୍ଦିର ନିକଟରେ ସମାପ୍ତ ହେବା ପରେ ସେଠାରେ ଶ୍ୟାମ ବାବାଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟ ଠାରୁ ମନ୍ଦିର ପରିସରରେ ବିଭିନ୍ନ ଧାର୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଚ ଶ୍ୟାମ ବାବାଙ୍କ ଭୋଜନ କୀର୍ତ୍ତନ ଦୁଇଦିନ ଧରି ଅନୁଷ୍ଠିତ ହେବ ଏବଂ ଆସୁଥିବା ଭକ୍ତଙ୍କ ପାଇ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ବୋଲି ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସୋଭାଯାତ୍ରା ରେ ଏହାର ଆଖପାଖ ଅଞ୍ଚଳ ରୁ ବହୁ ସଂଖ୍ୟକ ମହିଳା ଓ ପୁରୁଷ ମରୁୱାଡ଼ି ଭକ୍ତ ମାନେ ସାମିଲ ହୋଇଥିବା ସହିତ ତାଙ୍କ ମଧ୍ୟରେ ବହୁ ଉତ୍ସାହିତ ଦେଖିବାକୁ ମିଳିଥିଲା।ତେବେ ଏହି ସଭାଯାତ୍ରାରେ ଯେମିତି କୌଣସି ପ୍ରକାର ଅପ୍ରୀତିକର ଅଘଟଣା ନ ଘଟେ ତା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଆମ୍ବୁଲାନ୍ସ ଏବଂ ଉପଖଣ୍ଡ ପୋଲିସ୍ ଅଧିକାରୀ ସୁବ୍ରତ କୁମାର୍ ଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଥାନା ପକ୍ଷରୁ ପୋଲିସ୍ ମୁତୟନ କରାଯାଇଥିଲା l