ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ଅଙ୍କୁରା ସ୍ଥିତ ଶିମିଳିପାଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ରବିବାର ସକାଳ ଆଠ ଘଟିକା ସମୟରେ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଦଶରଥ ମହାନ୍ତ ଙ୍କ ଦ୍ବାରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଦିବସୀୟ ବିଜ୍ଞାନ ଓ ଖାଦ୍ୟ ମେଳା ଉଦଘାଟିତ ହୋଇ ଯାଇଛି । ଏହି ଏକ ଦିନିଆ ବିଜ୍ଞାନ ଓ ଖାଦ୍ୟ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପ ଓ କୁନି କୁନି ଛାତ୍ର ଛାତ୍ରୀଙ୍କଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ବାରା ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ଷ୍ଟୋଲ ବସାଇ ଥିଲେ । ଏହି ଷ୍ଟୋଲ ରୁ ଖାଦ୍ୟ କିଣି ନିମନ୍ତ୍ରିତ ଅତିଥିମାନଙ୍କ ସହ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଖାଦ୍ୟର ମାନ ସମ୍ବନ୍ଧରେ ମତାମତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦଡିହାର ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଜନ୍ମେଜୟ ଶତପଥି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ମାନସ ରଞ୍ଜନ ବେହେରା, ନୂଆଁଗା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେଶ କୁମାର ବେହେରା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ପ୍ରକଳ୍ପ ର ବିଚାରକ ଭାବେ ଗାଲୁସାହି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ନାରାୟଣ ସାହୁ , ସି.ଆର.ସି.ସି ପ୍ରଦୀପ ପାତ୍ର, ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ର ଲେବ ଆସିଷ୍ଟାଣ୍ଟ ବେଣୁଧର ମହାନ୍ତ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ମଧ୍ଯରୁ ଶ୍ରେଷ୍ଠ ପ୍ରକଳ୍ପ ଚୟନ କରିଥିଲେ । ବିଜ୍ଞାନ ପ୍ରକଳ୍ପ ମଧ୍ଯରୁ ବରିଷ୍ଠ ବର୍ଗରେ ଚନ୍ଦ୍ରୟାନ ପ୍ରକଳ୍ପ, ସୂର୍ଯ୍ୟ ଶକ୍ତି ଜଳସେଚନ ପ୍ରକଳ୍ପ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।