ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ “ନୋ ଡିଟେନ୍ସନ୍ ପଲିସି” କୁ ବନ୍ଦ କରି କେନ୍ଦ୍ର ସରକାର ଶିକ୍ଷା ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଏହାର ଅର୍ଥ ହେଉଛି ଯେଉଁମାନେ ସେମାନଙ୍କର ବର୍ଷ ଶେଷ ପରୀକ୍ଷାରେ ବିଫଳ ହେବେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ ।ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଦୁଇ ମାସ ମଧ୍ୟରେ ପୁନଃ ପରୀକ୍ଷା ଦେବାକୁ ସୁଯୋଗ ପାଇବେ । କିନ୍ତୁ ଯଦି ସେମାନେ ପୁଣିଥରେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ପଦୋନ୍ନତି ମିଳିବ ନାହିଁ । ତେବେ ବିଫଳ ହୋଇଥିବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ତରଫରୁ ବହିଷ୍କାର କରାଯିବ ନାହିଁ ବୋଲି କୁହାଯାଇଛି । ଶିକ୍ଷାର ଉନ୍ନତି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ସୈନିକ୍ ସ୍କୁଲ୍ ସମେତ ୩୦୦୦ ରୁ ଅଧିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଏହି ନୂଆ ନିୟମ ପ୍ରଯୁଜ୍ୟ ରହିବ । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବିଫଳ ହୁଅନ୍ତି, ସେମାନେ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାସ୍ କରିବାର ସୁଯୋଗ ପାଇବେ । ଫେଲ୍ ହେଲେ ସମାନ ଶ୍ରେଣୀରେ ରହିବେ ।ଜୁଲାଇ ୨୦୧୮ ରେ, ଲୋକସଭାରେ ଶିକ୍ଷା ଅଧିକାର (RTE) ଅଧିନିୟମରେ ସଂଶୋଧନ ପାଇଁ ଏକ ବିଲ୍ ପାରିତ ହୋଇଥିଲା । ଯାହା ସ୍କୁଲଗୁଡିକରେ “ନୋ ଡିଟେନ୍ସନ୍ ପଲିସି” ଲାଗୁ କରିଥିଲା । ତେବେ ଏହି ସଂଶୋଧନ ଦ୍ୱାରା ପଞ୍ଚମ ଓ ଅଷ୍ଟମ ଶ୍ରେଣୀଗୁଡିକ ପାଇଁ ନିୟମିତ ପରୀକ୍ଷା ଆରମ୍ଭ ହୋଇଥିଲା ।