ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ । ଭୁବନେଶ୍ୱର, ପୁରୀ, କଟକ ଗଡିବ 3ଟି ବସ୍‌ । ଏନେଇ ଏନଟିପିସି ଓ ଗ୍ରୀଡ୍କୋ ସହ ଚୁକ୍ତି କଲା କ୍ରୁଟ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଖର୍ଚ୍ଚ କମ ସାଙ୍ଗକୁ ଏହା ହେବ ପରିବେଶ ଲାଗି ଉପଯୋଗୀ ।ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ, ଶକ୍ତି ବିଭାଗର ଗ୍ରିଡ଼ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ଼ ବା ଗ୍ରିଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି ।

ଗତକାଲି ଲୋକସେବା ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ । ଆସନ୍ତା 5 ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ହାଇଡ୍ରୋଜେନ୍ ଚାଳିତ ବସର ସୁପରିଚାଳନା ଦାୟିତ୍ୱ କ୍ରୁଟକୁ ଦିଆଯାଇଛି । ଏନଟିପିସି ହାଇଡ୍ରୋଜେନ ଉତ୍ପାଦନ ଓ ଗ୍ରିଡ଼କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ।ପ୍ରାଥମିକ ଭାବେ ପ୍ରୋଜେକ୍ଟ ଭୁବନେଶ୍ୱର, ପୁରୀ, କଟକ ଯୋଡ଼ିବାକୁ ଲକ୍ଷ୍ୟ । ପ୍ରଥମେ 3 ଟି ହାଇଡ୍ରୋଜେନ ବସ ଏନଟିପିସି ଦ୍ୱାରା ଚାଲିବ । ସର୍ବସାଧାରଣରେ ଏକ ସ୍ଥାୟୀ ବିକଳ୍ପ ଯୋଗାଇ ଡିଜେଲ ବସ ବଦଳାଇବା ପାଇଁ ଏହି ବସର ଡିଜାଇନ କରାଯାଇଛି । ଏକ କିଲୋଗ୍ରାମ ହାଇଡ୍ରୋଜେନ ପ୍ରତି ବସରେ 12 କିଲୋମିଟର ମାଇଲେଜ ପ୍ରଦାନ କରିବ । ବସ ଗଡିଲେ 50-55 ଟଙ୍କା ପ୍ରତି କିଲୋମିଟର ଖର୍ଚ୍ଚ ହେବ । ଯାହାକି ଦିଲ୍ଲୀ, ଲଦାଖଠୁ ବହୁତ କମ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ ।

ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଗୋଟିଏ ବସର ଦାମ ପ୍ରାୟ ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ବସର 58 କେଜି ଇନ୍ଧନ କ୍ଷମତା ରହିଛି । ଥରେ ହାଇଡ୍ରୋଜେନ ଟ୍ୟାଙ୍କ ଭର୍ତ୍ତି ହେଲେ 6 ଶହ କିମି ଯାଇ ପାରିବ ବସ । ଗୋଟିଏ ଅତ୍ୟାଧୁନିକ ବସରେ 42 ଜଣ ଯାତ୍ରା କରି ପାରିବେ । ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ । ଏନ୍‌ଟିପିସି କ୍ରୁଟର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କ୍ରୁଟ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସଟିପି ପ୍ଲାଣ୍ଟକୁ ବ୍ୟବହାର କରି ଏନଟିପିସି ହାଇଡ଼୍ରୋଜେନ ଗ୍ୟାସ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନଟିପିସିକୁ 2 ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼କୋ ନିକଟସ୍ଥ ସବଷ୍ଟେସନକୁ 2 ମେଗାୱାଟ ବିଦ୍ୟୁତ ଯୋଗାଇବ ।

 

ସେ ଆହୁରି ମଧ୍ୟ କହିଛନ୍ତି, “ଇଭି ଚଳାଇବା ଲାଗି ବିଜୁଳି ଗ୍ରୀଡ଼ରୁ ଆସୁଛି । ବିଜୁଳି ଉତ୍ପାଦନ ଲାଗି କୋଲ, ଜଳ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର ହେଉଛି । ବର୍ତ୍ତମାନ ଡିଜାଇନ ହୋଇଥିବା ଇଭି ବସ ଥରେ ଚାର୍ଜ କଲେ 150 କିମି ଚାଲି ପାରିବ । ଏହା ପରେ ପୁନର୍ବାର ଚାର୍ଜ କରିବାକୁ ପଡିବ । ଚାର୍ଜ କରିବାକୁ ଘଣ୍ଟେରୁ 2 ଘଣ୍ଟା ସମୟ ମଧ୍ୟ ଲାଗିବ । ହାଇଡ୍ରୋଜେନ ବସର 58 କେଜି ଟ୍ୟାଙ୍କି କ୍ଷମତା । ଥରେ ଭର୍ତ୍ତି ହେଲେ 600 କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ । ପ୍ରଚୁର ମାତ୍ରାରେ ଅକ୍ସିଜେନ ନିର୍ଗତ ହେବ । ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା କମିବ । ଶକ୍ତି ସମ୍ପଦ ବଞ୍ଚିବ । ସମୟ ମଧ୍ୟ ବଞ୍ଚିବ ।”

LEAVE A REPLY

Please enter your comment!
Please enter your name here