ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜ଼ିଲ୍ଲା ଖଜୁରୀପଦା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଷ୍ଟାଫ କ୍ୱାଟରର୍ସ ରୁ ଜଣେ 108 ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ 108 ଆମ୍ବୁଲାନ୍ସ ର ଫାର୍ମାସିଷ୍ଟ ଗଣେଶ ବେହେରା, ଆଜି ସକାଳେ ସହକର୍ମୀ ମାନେ ଗଣେଶ ରହୁଥିବା କ୍ୱାଟରର୍ସ ର କବାଟ ବାଡେଇଥିଲେ କିନ୍ତୁ ଭିତର ପଟୁ କବାଟ ନ ଖୋଲିବା ରୁ କବାଟ କୁ ଭାଙ୍ଗି ଦେଖିବା ବେଳେ ଗଣେଶ ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିଥିଲେ, ଖବର ପାଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି l ତେବେ ପ୍ରେମ ବ୍ୟାପାର କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି l