ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅନୁରୋଧ କଲେ ବିଧାୟକ ଓ ପଞ୍ଚାୟତ ପ୍ରତିନିଧି

0

ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ଅଦିନିଆ ଲଗାଣ ବର୍ଷାରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମର ଚାଷ ଜମିରେ ଅମଳକ୍ଷମ ଧାନ ନଷ୍ଟ ହୋଇଅଛି । ଚାଷୀ ମାନଙ୍କୁ କ୍ଷତିପୂରଣ ଓ ସହାୟତା ପ୍ରଦାନ ଲାଗି ଅନୁରୋଧ ଲରାଯାଇଛି , ଏନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ପଞ୍ଚାୟତ ସମିତିର ସରପଞ୍ଚ, ସମିତି ସଭ୍ୟ ସଭ୍ୟl, ଅଧକ୍ଷ୍ୟା, ଉପଧାକ୍ଷା, ଜିଲ୍ଲାପରିଷଦ ସଭ୍ୟା/ ସଭ୍ୟ ୱାର୍ଡ ସଭ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦାବୀ ଗୁଡିକ ମଧ୍ୟରେ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ଏକର ପ୍ରତି ୨୫ ହଜାର ଟଙ୍କା କ୍ଷତି ପୂରଣ ଅର୍ଥ ପ୍ରଦାନ,ଫସଲ ବୀମା ଭୁକ୍ତ ସମସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ, ଅଦିନିଆ ବର୍ଷାରେ ପ୍ରଭାବିତ ଧାନର ମାନ ନଷ୍ଟ ହେତୁ ଏଫଏକ୍ୟୁ ମାନ ଦଣ୍ଡରେ କୋହଳ କରାଯାଇ ପଞ୍ଜୀକୃତ ଚାଷୀଙ୍କ ସମସ୍ତ ଧାନ କିଣିବା ବ୍ୟବସ୍ଥା କରାଯିବା ସହିତ ଟୋକେନ ଅବଧ୍ ବୃଦ୍ଧି,ରବି ଫସଲ ପାଇଁ ମୁଗ, ବିରି, ଚିନାବାଦାମ ଆଦି ପନିପରିବା ବିହନ ଯୋଗାଇ ଦେବା, କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ରୁଣ ଛାତ କରାଯିବା ଓ ରବି ଫସଲ ଋତୁରେ ଜଳସେଚନ ପାଇଁ ବିଦ୍ୟୁତ କର ଛାଡ, ଭାଗ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ସହାୟତା ଯୋଗାଇ ଦିଆଯିବା ନିମନ୍ତେ ଅନୁରୋଧ କରାଯାଇଛି ଏହି ସ୍ମାରକପତ୍ର ପ୍ରଦାନ ବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ. ସାରଦା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here